ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଗଣବଳାତ୍କାର

0

ଚଣ୍ଡିଗଡ଼ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ପରୀକ୍ଷାରେ ଗତବର୍ଷ ହରିୟାଣାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜନରାଜ୍ୟ ଦିବସରେ ପୁରସ୍କୃତ ୧୯ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀ ଜଣଙ୍କ ଟ୍ୟୁସନ୍‍ରୁ ଫେରିବା ସମୟରେ ଦୁର୍ବୃତ୍ତମାନେ ବୁଧବାର ତାଙ୍କୁ ମହେନ୍ଦ୍ରଗଡ଼ ଜିଲା କନିନା ସହର ନିକଟରୁ ଏକ କାରରେ ଅପହରଣ କରିନେଇ ଝାଗରସ୍ଥିତ ଏକ ଫାର୍ମରେ ବଳାତ୍କାର କରିଥିବା ପୁଲିସ କହିଛି। ବଳାତ୍କାର ପୂର୍ବରୁ ସେମାନେ ଛାତ୍ରୀଙ୍କୁ ନିଶାଯୁକ୍ତ ପାନୀୟ ପିଆଇଥିଲେ। ଫାର୍ମରେ ଥିବା ସ୍ଥାନୀୟ କିଛି ଲୋକ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ। ବଳାତ୍କାର ପରେ ସେମାନ ତାଙ୍କୁ ଅଚେତ ଅବସ୍ଥାରେ କାନିନା ବସ୍‍ ଷ୍ଟପେଜ୍‍ରେ ଛାଡ଼ି ପଳାଇଥିଲେ। ଖବର ପାଇ ବାପା-ମାଆ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ରିୱାରୀ ମହିଳା ଥାନାରେ ତିନି ଜଣ ଯୁବକ ପଙ୍କଜ, ମନୀଷ ଓ ନିଶୁଙ୍କ ବିରୋଧରେ ଏତଲା ଦିଆଯାଇଛି। ଅଭିଯୁକ୍ତମାନେ ନିକଟସ୍ଥ ନୟା ଗାଁର ବୋଲି ପୁଲିସ କହିଛି।

Leave A Reply