www.samajalive.in
Monday, December 15, 2025
14.1 C
Bhubaneswar

ଶିକ୍ଷକଙ୍କୁ ମୋବାଇଲ ଫୋନ୍‌ ମନା

ସମ୍ବଲପୁର : କରୋନା କାଳରେ ମୋବାଇଲ ଫୋନ ଶିକ୍ଷାଦାନର ଏକମାତ୍ର ସାହାଭରସା ପାଲଟିଥିବାବେଳେ ସମ୍ବଲପୁର ଜିଲା ଶିକ୍ଷାଧିକାରୀଙ୍କ ଏକ ନିର୍ଦେଶନାମା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକମାନେ ଶ୍ରେଣୀ ଶିକ୍ଷାଦାନ ସମୟରେ ସାଙ୍ଗରେ  ମୋବାଇଲ ନେଇପାରିବେ ନାହିଁ। ଏହି ଆଦେଶ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର ବହୁସଂଖ୍ୟକ ଶିକ୍ଷକ ଶ୍ରେଣୀଗୃହରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋବାଇଲ ବ୍ୟବହାର କରୁଛନ୍ତି ତାହା ଡିଇଓଙ୍କ ନଜରକୁ ଆସିଛି । ଏହା ଶିକ୍ଷକଙ୍କ ସରକାରୀ କାର୍ଯ୍ୟରେ ଅବହେଳା । ଏହି ନିର୍ଦେଶନାମା ବା ପତ୍ରର ଅବିକଳ ନକଲ ସମସ୍ତ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ଜିଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ତଥା ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏବଂ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ପଠାଯାଇଛି । ଏହି ପତ୍ର ବଡ଼ଦିନ ଓ ରବିବାର ଦୁଇଦିନିଆ ଛୁଟି ପୂର୍ବ ଦିନର ତାରିଖରେ ଦିଆଯାଇଛି।
ଗତ ୨୦୨୦ ମସିହା ମାର୍ଚ୍ଚ ମାସରୁ ବିଦ୍ୟାଳୟ ଗୁଡ଼ିକ ବନ୍ଦଥିବାବେଳେ ମୋବାଇଲ ହିଁ ଉପଯୋଗରେ ଆସୁଥିଲା। କରୋନା ସଂକ୍ରମଣ କମିବା ପରେ ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଥିବାବେଳେ ପ୍ରାୟ ୧୮ ମାସ ପରେ ​ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ତେବେ, ଏବେ ବି ଅଫ୍‌ଲାଇନ ସହିତ ଅନ୍‌ଲାଇନ ଶିକ୍ଷାଦାନ ଚାଲିଛି । ଏପରିସ୍ଥଳେ ଏଭଳି ଏକ ନିର୍ଦେଶନାମାକୁ ନେଇ ଚର୍ଚ୍ଚା ହେଉଛି । ସମ୍ପ୍ରତି ରାଜ୍ୟରେ ଓମିକ୍ରନ୍‌ ସଂଖ୍ୟା ବୃଦ୍ଧି ପାଇବା ସହ ପୁଣିଥରେ ତାଲାବନ୍ଦ ଆଦି କଟକଣାର ଆଶଙ୍କା ରହିଛି । ଏଭଳି ସମୟରେ ନିର୍ଦେଶନାମାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ସମ୍ବଲପୁର ଜିଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଲ କହିଛନ୍ତି ଯେ, ଯଦି କ୍ଲାସରୁମ ଭିତରକୁ ଶିକ୍ଷକ ମୋବାଇଲ ନେଇକି ଯାଉଛନ୍ତି ପାଠପଢ଼ାରେ ବ୍ୟାଘାତ ହେଉଛି । ଏହା ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ମଧ୍ୟ ବାଧା ସୃଷ୍ଟି କରୁଛି । କେବଳ ଶ୍ରେଣୀଗୃହକୁ ଶିକ୍ଷାଦାନ ସମୟରେ ମନା କରାଯାଇଥିବା ଶ୍ରୀମତୀ ମଙ୍ଗଲ ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories