ଲାଞ୍ଜିଗଡ଼: ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଲାଞ୍ଜିଗଡ଼ ପୂଜାରୀପଡା ଠାରୁ ଶାନ୍ତିନଗରକୁ ସଂଯୋଗ କରୁଥିବା ରାସ୍ତାର ସୁକୁଲି ନାଳ ବ୍ରିଜ ଠାରେ ଏକ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବୋଲେରୋଟି ଆଜି ସକାଳ ସମୟରେ ଶାନ୍ତିନଗରପଡା ଠାରୁ ଲାଞ୍ଜିଗଡ଼ ଯାଉଥିବା ସମୟରେ ବ୍ରିଜ ନିକଟରେ ଏକ ବାଇକ୍ ସାମ୍ନା ସାମ୍ନି ଦେଖି ଡ୍ରାଇଭର ଜଣଙ୍କ ବୋଲେରୋ ସାଇଡ କଟିଙ୍ଗ କରିବା ସମୟରେ ବ୍ରିଜ ତଳକୁ ଖସି ପଡ଼ିଥିଲା। ତେବେ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି।
Popular Categories



