MEllora 950×100

ଦେଓଗାଁରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଦେଓଗାଁ ସ୍ଥିତ ଡାକ ବଙ୍ଗଳାରେ ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଦେଓଗାଁ ବ୍ଳକ ବିଜେଡି ସଭାପତି ସୁଶୀଲ ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେଡି ସାଧାରଣ ସମ୍ପାଦକ ଉମାଶଙ୍କର ସିଂ, ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେର, ବ୍ଳକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ବ୍ଳକ ମହିଳା ସଭାନେତ୍ରୀ ମମତା କୁମୁରା, ଜିଲ୍ଲା ମହିଳା ସମ୍ପାଦିକା ପ୍ରମୋଦିନୀ ନାଏକ, ପୂର୍ବ ବ୍ଳକ ସଭାନେତ୍ରୀ ଜାନକୀ ମେହେର, ବରିଷ୍ଠ ନେତା ଧୃବ ସାହୁ, ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ପଞ୍ଚାୟତ ନିର୍ବାଚନ ରହିଥିବାରୁ ଆଗମୀ ଦିନରେ ଦଳୀୟ କର୍ମୀ ଘରକୁ ଘର ଯାଇ ସରକାରୀ ଯୋଜନା ବିଷୟରେ ସଚେତନ କରିବାକୁ ବକ୍ତା ମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ।

Comments are closed.