ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଚିଲିକା

0

ବିଶ୍ବର ଦ୍ବିତୀୟ ସର୍ବବୃହତ୍‌ ସାମୁଦ୍ରିକ ହ୍ରଦ ଭାବେ ବିଶ୍ବବିଦିତ ଚିଲିକା ଓଡ଼ିଶାର ପୁରୀ ଜିଲାରେ ଅବସ୍ଥିତ। ଏଠାରେ ବହୁ ଛୋଟ ଛୋଟ ଦ୍ୱୀପ ରହିଛି, ଯାହା ଦେଖିବାକୁ ଖୁବ ସୁନ୍ଦର। ଶୀତ ଋତୁ ପ୍ରାରମ୍ଭରେ ଏଠାରେ ଜାତିଜାତି ପକ୍ଷୀଙ୍କର ସମାଗମ ହୁଏ। ଏହି ଦୃଶ୍ୟ ଏତେ ମନୋରମ ଯେ ଥରେ ଦେଖିଲେ ଛାଡ଼ି ଯିବାକୁ ମନ ହୁଏ ନାହିଁ।
ହ୍ରଦର ବିଶେଷତ୍ୱ
୧୬୦ ରୁ ଊର୍ଦ୍ଧ୍ବ ପ୍ରଜାତିର ମାଛ ଏଠାରେ ରହିଛିନ୍ତି। ଧୀବରମାନେ ଜାଲ ବସାଇ ମାଛ ଧରି ଜୀବିକାର୍ଜନ କରନ୍ତି। ଏଠାରେ ବହୁ ଜଳଚର ଜୀବ ମଧ୍ୟ ରହିଛନ୍ତି।


ଡ଼ଲଫିନ ଏହାର ମୁଖ୍ୟ ଆକର୍ଷଣ
ଚିଲିକାକୁ ୨୭ ଫେବୃଆରୀ ୨୦୧୮ରେ  ଇରାବଦୀ ଡ଼ଲଫିନର ସବୁଠାରୁ ବଡ଼ ଆଶ୍ରୟସ୍ଥଳୀ ଭାବେ ଘୋଷିତ ହୋଇଛି। ଏଠାରେ ୧୫୫ଟି ଇରାବଦୀ ଡ଼ଲଫିନ ଦେଖିବାକୁ ମିଳେ।  ପ୍ରତି ବର୍ଷ ଏଠାକାର ସମସ୍ତ ଅଞ୍ଚଳର ରକ୍ଷଣାବେକ୍ଷଣାର ଯାଞ୍ଚ ମଧ୍ୟ କରାଯାଏ।


ଦେଶୀୟ ଓ ବିଦେଶୀୟ ସମସ୍ତ ପ୍ରକାରର ପକ୍ଷୀ ଏଠାରେ ଦେଖିବାକୁ ମିଳିଥାଏ।
କାଳୀଜାଈ ଦ୍ୱୀପ –
ଏହି ସ୍ଥାନ ମା’କାଳୀଙ୍କ ମନ୍ଦିର ଓ ଆଖପାଖର ବହୁ ସୁନ୍ଦରତା ପାଇଁ ଖୁବ ପ୍ରସିଦ୍ଧ। ଜାନୁଆରୀ ମାସର ମକର ସଂକ୍ରାନ୍ତିରେ ଏଠାରେ ଭକ୍ତଙ୍କ ବେଶ ଭିଡ଼ ଜମିଥାଏ। ବଣଭୋଜି ପାଇଁ ଏହା ଏକ ଉକୃଷ୍ଟ ସ୍ଥାନ ଅଟେ।
ବର୍ଷର ଯେକୌଣସି ସମୟରେ ଏଠାକୁ ଯାଇପାରିବେ। ମାତ୍ର ଶୀତ ଦିନର ପ୍ରାରମ୍ଭରେ ଯିବା ବେଶି ଭଲ। କାରଣ ଏହି ସମୟରେ ନାନା ଜାତିର ପକ୍ଷୀଙ୍କ ସମାଗମ ହୋଇଥାଏ।


ମନୋହର ପ୍ରାକୃତିକ ଦୃଶ୍ୟ ପାଇଁ ଏଠାକୁ ବହୁ ପର୍ଯ୍ୟଟକ ମଧ୍ୟ ଭ୍ରମଣ ନିମନ୍ତେ ଆସିଥାଆନ୍ତି ।
ଗମନାଗମନ ଦୃଷ୍ଟିରୁ ଭୁବନେଶ୍ୱର ଏହାର ନିକଟତମ ବିମାନବନ୍ଦର ଅଟେ। ସେଠାରୁ ବସ ଓ ଅନ୍ୟ ଯାନରେ ଯାଇପାରିବେ।
ବାଲୁଗାଁ ଏହାର ନିକଟତମ ରେଳ ଷ୍ଟେସନ ଅଟେ। ଏଠାରୁ ବସ ଓ ଟ୍ୟାକ୍ସିରେ ଚିଲିକା ଯାଇପାରିବେ।

Leave A Reply