www.samajalive.in
Saturday, December 6, 2025
19.1 C
Bhubaneswar

ସାରୁ ଚଟପଟା

ଆବଶ୍ୟକ ସାମଗ୍ରୀ
ସାରୁ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଗରମ ମସଲା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଜୁଆଣି – ଅଳ୍ପ
ଆମଚୁର ପାଉଡ଼ର – ଅଳ୍ପ
କଟା ଅଦା – ଅଳ୍ପ
କଟା କଞ୍ଚା ଲଙ୍କା – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସାରୁର ଚୋପା ଛଡ଼ାଇ ଏହାକୁ ଧୋଇ ଦିଅନ୍ତୁ। ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ପାଣି ଦେଇ ସାରୁକୁ ସିଝାନ୍ତୁ। ସିଝିବା ପରେ ଏକ ପାତ୍ରକୁ କାଢି ଏହାକୁ ଫାଳ ଫାଳ କରି କାଟି ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ରଖିଥିବା ସାରୁକୁ ଭଲ ଭାବେ ଛାଣି ପାତ୍ରକୁ କାଢନ୍ତୁ। ସେହି ତେଲରେ ଜୁଆଣି , ଅଦା , କଞ୍ଚା ଲଙ୍କା , ଜିରା ଗୁଣ୍ଡ , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଆମଚୁର ପାଉଡ଼ର ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏବେ ଏଥିରେ ଛଣା ହୋଇ ରହିଥିବା ସାରୁ , ଲୁଣ , ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories