www.samajalive.in
Sunday, December 7, 2025
23.1 C
Bhubaneswar

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟର ଦ୍ୱିତୀୟ ସଫଳ ପରୀକ୍ଷା

ଭୁବନେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟର ଦ୍ୱିତୀୟ ସଫଳ ପରୀକ୍ଷା କରାଯାଇଛି । ଭାରତର ପ୍ରତିରକ୍ଷା ଓ ଗବେଷଣା ସଂଗଠନ (ଡିଆରଡିଓ) ପକ୍ଷରୁ ଗୁରୁବାର ଦିନ ଏହାକୁ ଓଡ଼ିଶା ଉପକୂଳରେ ଥିବା ଡଃ ଏ ପି ଜେ ଅବଦୁଲ କଲାମ ଦ୍ୱୀପରୁ ପରୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ ଯେ ୨୪ ଘଣ୍ଟା ମଧ୍ୟରେ ଏହା ପ୍ରଳୟର ଦ୍ୱିତୀୟ ସଫଳ ପରୀକ୍ଷା ହୋଇଛି । ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ୧୫୦ରୁ ୫୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସମର୍ଥ । ଏକ ଭ୍ରାମ୍ୟମାଣ ଲଞ୍ଚରରୁ ଏହାକୁ ଉତ୍‍କ୍ଷେପଣ କରାଯାଇଥିଲା । ବୁଧବାର ଅପେକ୍ଷା ଗୁରୁବାର ଏହାକୁ ଭିନ୍ନ ରେଞ୍ଜରେ ପରୀକ୍ଷା କରାଯାଇଥିଲା ଏବଂ ଏହା ସମସ୍ତ ଧାର୍ଯ୍ୟ ମାନକ ପୂରଣ କରିଥିବା ଜଣାଯାଇଛି । ଦେଶରେ ପ୍ରଥମ ଥର ପାଇଁ ସ୍ୱଦେଶୀ ସ୍ତରରେ ନିର୍ମିତ ଏକ କ୍ଷେପଣାସ୍ତ୍ରକୁ କ୍ରମାଗତ ଦୁଇଦିନ ଧରି ସଫଳତାର ସହିତ ପରୀକ୍ଷା କରାଯାଇଥିବା ସରକାରୀ ସୂତ୍ରରୁ କୁହାଯାଇଛି । ଏଥିରେ କଠିନ ଇନ୍ଧନ ବିଶିଷ୍ଟ ରକେଟ ମୋଟର ଏବଂ ଅନେକ ସର୍ବାଧୁନିକ ପ୍ରଯୁକ୍ତି ସନ୍ନିବେଶିତ ହୋଇଛି । ଏହାର ଗାଇଡାନ୍ସ ବ୍ୟବସ୍ଥାରେ ସର୍ବାଧୁନିକ ନାଭିଗେସନ ଏବଂ ସମନ୍ୱିତ ଆଭିଓନିକ୍ସ ରହିଛି । ଏହାର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ସହଯୋଗୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories