www.samajalive.in
Monday, December 15, 2025
17.1 C
Bhubaneswar

ଉପକୋଷାଗାରକୁ ଗଲା ୫୮ଟି ହାତୀଦାନ୍ତ

ଆଠଗଡ ; ଆଠଗଡ ବନଖଣ୍ଡ କାର୍ଯ୍ୟାଳୟରେ ଗଚ୍ଛିତ ରହିଥିବା ୫୮ଟି ହାତୀଦାନ୍ତ ମଙ୍ଗଳବାର ଅପରାହ୍ନରେ ଆଠଗଡ ଉପକୋଷାଗାରରେ ଜମା କରାଯାଇଥିବା ଜଣାପଡିଛି। ଆଠଗଡ ବନଖଣ୍ଡ ଅଞ୍ଚଳରେ ୨୦୦୯ମସିହାରୁ ଅଦ୍ୟାବଧି ମରିଥିବା ୩୨ଟି ହାତୀ ଏବଂ ଶିକାରୀଙ୍କ ଠାରୁ ଜବତ ହୋଇଥିବା ଏହି ଦାନ୍ତ ଗୁଡିକ ବନଖଣ୍ଡ କାର୍ଯ୍ୟାଳୟର ଷ୍ଟ୍ରଙ୍ଗ୍‍ରୁମ୍‍ରେ ରହିଥିଲା। କୋଷାଗାରରେ ରଖିବାର ନିୟମ ରହିଥିବାବେଳେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏତେ ସଂଖ୍ୟକ ହାତୀଦାନ୍ତ ୧୧ବର୍ଷ ହେବ ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଥିଲା ତାହା ଏବେ ସନ୍ଦେହ ସୃଷ୍ଟି ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଘଟଣା ପରି ୧୪ମାସ ପୂର୍ବରୁ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଦ୍ୱାରା ମୃତ୍ୟୁବରଣ କରିଥିବା ଏକ ଦଶବର୍ଷର ଦନ୍ତାହାତୀର ଦୁଇଟି ଦାନ୍ତକୁ ବନାଞ୍ଚଳ ଅଧିକାରୀ ଆୟେଶା ଅଖତରୀ ନିଶା ନିଜ ଆବାସିକ କାର୍ଯ୍ୟାଳୟରେ ରଖିଥିଲେ। ସେତେବେଳେ ହାତୀ ମୃତ୍ୟୁଟିକୁ ଚପାଇଦେବାକୁ ଯାଇ ହାତୀଦାନ୍ତ ଦୁଇଟି ଉଦ୍ଧାର କରିବା ପରେ ସେହି ହାତୀର ମୃତ ଦେହକୁ ରାତିଅଧିଆ ପୋତି ଦିଆଯାଇଥିଲା।

ଏହି ଘଟଣାର ଭିଡିଓ ଦୁଇମାସ ପୂର୍ବରୁ ଏକ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଡିଏଫଓ ସୁଦର୍ଶନ ଗୋପିନାଥ ଯାଦ୍ଧବ ଏ ସଂପର୍କରେ ଜାଣିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ହାତୀଦାନ୍ତ ଦୁଇଟିକୁ ବନାଞ୍ଚଳ ଅଧିକାରୀ ବନଖଣ୍ଡ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ସେହି ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ବନାଞ୍ଚଳ ଅଧିକାରୀ ଆୟେଶା ଅଖତରୀ ନିଶାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ତେବେ ବନଖଣ୍ଡ କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମ୍‍ରେ ୫୮ଟି ହାତୀଦାନ୍ତ ମହଜୁଦ୍‍ ଥିବା ଜାଣି ଡିଏଫଓ ଶ୍ରୀ ଯାଦ୍ଧବ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ୫୮ଟି ହାତୀଦାନ୍ତକୁ ସୁରକ୍ଷା ବଳୟ ମଧ୍ୟରେ ନିଆଯାଇ ଉପକୋଷାଗାରରେ ଜମା କରାଯାଇଥିଲା। ୨୦୦୯ମସିହାରୁ ଏ ପର୍ଯ୍ୟନ୍ତ ୧୨ବର୍ଷ ମଧ୍ୟରେ ପ୍ରକୃତରେ କେତୋଟି ହାତୀଦାନ୍ତ ଉଦ୍ଧାର କରାଯାଇଛି, ସେଥିମଧ୍ୟରୁ କିଛି ଗାୟବ ହୋଇଛି ନା ନାହିଁ, ସେ ସଂପର୍କରେ ଅଧିକ ତଦନ୍ତ ହେବା ଆବଶ୍ୟକ ବୋଲି ପରିବେଶବିତ୍‍ ମହଲରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories