www.samajalive.in
Sunday, December 14, 2025
19.1 C
Bhubaneswar

ମିନିପୋଲ ଓ ଆଡ଼ି ବନ୍ଧ ପାଇଁ ଶୁଭ ଉଦଘାଟନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲାକଲ୍ୟାଣସିଂ ହପୁର ବ୍ଲକର ବୁଡ଼ାଗୁଡା ପଞ୍ଚାୟତର ଢେପାଗୁଡା ଗାଁ ନିକଟରେ ମିନିପୋଲ ନିର୍ମାଣ ନିମନ୍ତେ ଆଜି ଶୁଭ ପକାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନି ପୋଲ ନିର୍ମାଣ ପାଇଁ ଶୁଭ ପକାଇଥିଲେ। ଏହି ପୋଲ ନିର୍ମାଣ ପାଇଁ ବିଧାୟକ ପାଣ୍ଠି ଓ ଜିଲା ଖଣିଜ ପାଣ୍ଠିରୁ ୧୪ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଯଦି ପୋଲ ନିର୍ମାଣରେ ଆହୁରି ଅର୍ଥ ଆବଶ୍ୟକ ପଡେ ତାହା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ସେହିପରି ଧାମୁଣିପଙ୍ଗା ପଞ୍ଚାୟତର ଗୁଗୁରୁମାଣ୍ଡି ଗାଁରେ ଆଡ଼ିବନ୍ଧ ପାଇଁ ଶୁଭ ପକାଇଥିଲେ। ଏହା ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ ବୋଲି କହିଛନ୍ତି।

ଢେପାଗୁଡ଼ା ମିନି ପୋଲ ପାଇଁ ସାଂସଦ ସପ୍ତଗିରି ଶଙ୍କର ଉଲାକା ନିଜ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଦେଇଥିବା ଜଣାପଡିଛି।ଏଥିରେ ବିଜେଡି ଦଳର ବ୍ଲକ ସଭାପତି ସୁନ୍ଦରରାଓ ବାଗ, ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରମାକାନ୍ତ ପରିଛା, ଏମ ଧର୍ମେନ୍ଦ୍ର ସମେତ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories