www.samajalive.in
Monday, December 15, 2025
27.1 C
Bhubaneswar

ଏକ ଦିବସୀୟ ବିତ୍ତୀୟ ସ୍ୱାକ୍ଷର ଦିବସ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକଦିବସୀୟ ବିତ୍ତୀୟ ସ୍ୱାକ୍ଷର ଦିବସ ପାଳନ କରାଯାଇଛି। ଏଥିରେ ରାୟଗଡା ଲିଡ଼ ବ୍ୟାଙ୍କର ଶାଖା ପରିଚାଳକ ଧୀରେନ୍ଦ୍ର ବିହାରୀ, ଗ୍ରାମୀଣ ଆତ୍ମା ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ସରୋଜ କାନ୍ତ ପୃଷ୍ଟି, ଉକ୍ତଳଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ବସନ୍ତ ବେହେରା, ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ କଳ୍ପତରୁ ବେହେରା, ଶିକରପାଇ ସରପଞ୍ଚ ଅଞ୍ଜନା ସାରକା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ସାହୁ, ମିଶନ ଶକ୍ତିର ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମୁଳିଆ ମଞ୍ଚାସିନ ରହିଥିଲେ।

ଏଥିରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ନେଇ ଛତୁ, ମାଛ, ପନିପରିବା ଚାଷ କରିବା ସହ ବଡି ପାପଡ଼ ଇତ୍ୟାଦି କରିପାରିବେ ବୋଲି ଅତିଥିମାନେ କହିଥିଲେ। ବ୍ୟାଙ୍କ ତରଫରୁ ରହିଥିବା ବିଭିନ୍ନ ବିଷୟରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories