ଭୁବନେଶ୍ବର : ମଙ୍ଗଳବାର ଅପରାହ୍ଣ ୫ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ୟାବିନେଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବାକୁ ରହିଛି । ଏହାବାଦ୍ ପାନୀୟଜଳ ଯୋଗାଣକୁ ଗୁରୁତ୍ବ ଦେଇ ବହୁ ପ୍ରକଳ୍ପକୁ ଅନୁମୋଦନ ଦିଆଯିବାକୁ ରହିଛି । ଚାକିରି ନିୟମର ସଂଶୋଧନ ପ୍ରସ୍ତାବ ସହିତ ସ୍ବାସ୍ଥ୍ୟ, ସାଧାରଣ ପ୍ରଶାସନ, ପୂର୍ତ୍ତ ବିଭାଗ ଭଳି କେତେକ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି ।
Popular Categories



