www.samajalive.in
Sunday, December 14, 2025
17.1 C
Bhubaneswar

ଠକ ସୁକେଶଙ୍କ କାରନାମା ଉପରୁ ପରଦା ହଟୁଛି : ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସଚିବ କହି ସେଲିବ୍ରିଟିଙ୍କୁ ଫସାଉଥିଲେ

ନୂଆଦିଲ୍ଲୀ : ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦାଖଲ କରିଥିବା ଅଭିଯୋଗ ଫର୍ଦ ଯେତିକି ଖୋଲାଯାଉଛି ସେହି ପରିମାଣରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ୨୦୦କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଗିରଫ ହେବା ଖବର ଶୁଣିବା କ୍ଷଣି ତାଙ୍କ ଅଭିନେତ୍ରୀ ପତ୍ନୀ ଲୀନା ମାରିଆ ପଲ ମାମଲା ସଂକ୍ରାନ୍ତ ସମସ୍ତ ତଥ୍ୟ ନଷ୍ଟ କରିଦେଇଥିବା ଓ ସେ ସୁକେଶଙ୍କୁ ସବୁ କାମରେ ପ୍ରତ୍ୟକ୍ଷ ସହାୟତା କରିଆସୁଥିବା ଜଣାପଡ଼ିଛି। ଠକେଇ ସହ ଅଭିନେତ୍ରୀଙ୍କୁ ଜାଲରେ ପକାଇବା, ଉପହାର ପହଞ୍ଚାଇବା, ବ୍ୟବସାୟୀ ତଥା ଶିଳ୍ପପତିଙ୍କ ସହ ସମ୍ପର୍କ ସ୍ଥାପନ କରିବା ଓ ଚାନ୍ଦା ଅସୁଲ କରିବା ଇତ୍ୟାଦି ସବୁଥିରେ ଲୀନାଙ୍କର ପ୍ରଚ୍ଛନ୍ନ ହାତ ରହିଛି। ସେ ପରଦା ପଛରେ ରହି ସ୍ବାମୀଙ୍କୁ କୁକର୍ମରେ ସହଯୋଗ କରିଆସିଥିଲେ ବୋଲି ଇଡି ଦର୍ଶାଇଛି। ସୁକେଶ ପାଇଁ ଲୀନା ଅନେକ ସମୟରେ କଥାବାର୍ତ୍ତା କରୁଥିଲେ ଓ ସରକାରୀ ଅଧିକାରୀଙ୍କଠାରୁ ଅର୍ଥ ଆଣୁଥିଲେ। ପାର୍ଟି ଚାନ୍ଦା କହି ପତି-ପତ୍ନୀ ଚାନ୍ଦା ଆଦାୟ କରୁଥିଲେ। ଏଥିରେ ତାଙ୍କୁ ଅନ୍ୟ ଅଭିଯୁକ୍ତ ଅରୁଣ ମୁଥୁ, ଆନନ୍ଦ ମୂର୍ତ୍ତି ଓ ଜଗଦୀଶ ପ୍ରମୁଖ ସହଯୋଗ କରୁଥିଲେ। ବେଆଇନ ଅର୍ଥ କାରବାରରେ ମଧ୍ୟ ଏମାନେ ୨୧ଟି ମାମଲାରେ ସମ୍ପୃକ୍ତ ସୁକେଶଙ୍କୁ ସହାୟତା କରୁଥିଲେ। ଏମାନଙ୍କ ମାଧ୍ୟମରେ ସୁକେଶ ବିଦେଶରେ ବିପୁଳ ସମ୍ପତ୍ତି ଠୁଳ କରିଥିବା ପ୍ରକାଶ।
ସୁକେଶ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟାଳୟର ଅଧିକାରୀ ବୋଲି କହି ଫୋନ୍‌ କରୁଥିଲେ। ଲୀନା ମଧ୍ୟ ଅନେକ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ ଫୋନ୍‌ ଆସିଥିବା ଓ ଶାହା କଥା ହେବା ପାଇଁ ତାଙ୍କୁ ନିର୍ଦେଶ ଦେଇଥିବା କହି ସେମାନେ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଜ ଜାଲରେ ପକାଉଥିଲେ। ଏମିତି କି ସୁକେଶ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଓ ଆଇନ ସଚିବ ଅନୁପ କୁମାରଙ୍କ ନାମ ମଧ୍ୟ ନେଇଥିବାର ପ୍ରମାଣ ମିଳିଛି। ସେ ନିଜକୁ ଶାହାଙ୍କ ସଚିବ ଦର୍ଶାଇ ରାନ୍‌ବାକ୍ସି ମାଲିକ ଶିବିନ୍ଦର ସିଂହଙ୍କ ପତ୍ନୀ ଅଦିତୀଙ୍କଠାରୁ ୩୦ ଦଫାରେ ୨୧୫ କୋଟି ଟଙ୍କା ଠକି ନେଇଛନ୍ତି। ଅଦିତୀଙ୍କ ଭଉଣୀ ଅରୁନ୍ଧତିଙ୍କ ସହ ସେମାନେ ନିବିଡ଼ ସମ୍ପର୍କ ରଖିଥିଲେ। ଏଭଳି ପରିଚୟ ଦେବା ପାଇଁ ସୁକେଶ ସ୍ବର ବଦଳାଇ ବଡ଼ ଲୋକଙ୍କ ସହ କଥା ହେଉଥିଲେ ବୋଲି ଜଣାପଡ଼ିଛି।
ଏଭଳି ଜାଲ ବିଛାଇବାରେ ସେମାନଙ୍କୁ ସାହାଯ୍ୟ କରୁଥିଲେ ନିକଟରେ ଗିରଫ ହୋଇଥିବା ପିଙ୍କି ଇରାନୀ। ସେ ହିଁ ସୁକେଶଙ୍କ ସହ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ପରିଚିତ କରାଇଥିଲେ। ଏ ବାବଦରେ ସେ ବିପୁଳ ଅର୍ଥ ନେଇଥିବା ଜଣାପଡ଼ିଛି। ସୁକେଶ ଓ ଲୀନାଙ୍କ କଳା କାରବାର ସମ୍ପର୍କରେ ସେ ଅନେକ ସୂଚନା ଦେଇଛନ୍ତି। ପିଙ୍କି ସମ୍ପ୍ରତି କାରାଗାରରେ ଅଛନ୍ତି। ଜାକ୍‌ଲିନ୍‌ ପ୍ରଥମେ ସୁକେଶଙ୍କ ଫୋନ୍‌ ଧରୁ ନ ଥିଲାବେଳେ ପିଙ୍କି ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀଙ୍କ ଫୋନ୍‌ ବୋଲି କହି ଫସାଇଥିଲେ। ଅନ୍ୟ ଏକ ଖବର ଅନୁଯାୟୀ, ଜାକ୍‌ଲିନ୍‌ଙ୍କୁ ନେଇ ଏକ ବ୍ୟୟବହୁଳ ପ୍ରଥମ ମହିଳା ସୁପର ହିରୋ ଚଳଚ୍ଚିତ୍ର ନିର୍ମାଣ ପାଇଁ ସୁକେଶ ତାଙ୍କୁ ଲୋଭ ଦେଖାଇଥିବା ଜଣାପଡ଼ିଛି। ତିନି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରରୁ ଜାକ୍‌ଲିନ୍‌ ୫୦୦କୋଟି ଟଙ୍କା ରୋଜଗାର କରିବାର ଲୋଭ ସେ ଦେଖାଇଥିଲେ। ଏଥିରେ ହଲିଉଡ୍‌ ତାରକା ଆଞ୍ଜେଲିନା ଜୋଲିଙ୍କ ସହ ଭିଏଫ୍‌ଏକ୍ସ କଳାକାରଙ୍କୁ ସାମିଲ କରାଯିବାର ପ୍ରସ୍ତାବ ଥିଲା।
ସେପ୍ଟେମ୍ବରରେ ସୁକେଶ ଓ ଲୀନା ଗିରଫ ପରଠାରୁ ଇତିମଧ୍ୟରେ ମୋଟ ୧୩ ଜଣ ଗିରଫ ହେ​‌େ​‌ଲଣି। ଅକ୍ଟୋବରରେ ସୁକେଶଙ୍କ ଚେନ୍ନଇ ସମୁଦ୍ର କୂଳ ବାସଭବନ ସମ୍ମୁଖରେ ୧୬ଟି ବିଦେଶୀ କାର୍‌ ସହ ୨୩ଟି ଦାମୀ କାର୍‌ ଦେଖି ଇଡି ଅଧିକାରୀମାନେ ଚମକି ପଡ଼ିଥିଲେ ବୋଲି ଇଡି ଲେଖିଛି। ଇଡି ପକ୍ଷରୁ ଇତିମଧ୍ୟରେ ୮୪ଟି ରେକର୍ଡିଂ ତଥ୍ୟ ଅଦାଲତରେ ଉପସ୍ଥାପନ କରାଯାଇଛି। ଏଥିରେ ଆଉ କେତେଜଣ ଚର୍ଚ୍ଚିତ ବ୍ୟକ୍ତିତ୍ବଙ୍କ ନାମ ଉଲ୍ଲେଖ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories