www.samajalive.in
Sunday, December 14, 2025
19.1 C
Bhubaneswar

୧୫ ଦିନ ହେଲା ଲାଞ୍ଜିଗଡ଼କୁ ଜଳ ଯୋଗାଣ ବନ୍ଦ, ଲୋକେ ପାଣି ପାଇଁ ହନ୍ତସନ୍ତ  

ଲାଞ୍ଜିଗଡ଼ :  ଲାଞ୍ଜିଗଡ଼ରେ  ଜଳ ସଙ୍କଟ ଦେଖାଦେଇଛି । ଆଜିକୁ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ ହୋଇ ଥିବାରୁ ଲାଞ୍ଜିଗଡର ବିଭିନ୍ନ ପଡ଼ାରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ସବୁଠାରୁ ପାନୀୟ ଜଳର ମୁଖ୍ୟ ସମସ୍ୟା ଦେଖା ଦେଇଛି ଲାଞ୍ଜିଗଡ଼ ପୂଜାରୀ ପଡ଼ା ଓ କଲୋନୀ ପଡ଼ାରେ । ଏହି ଦୁଇ ଗୋଟି ପଡ଼ାରେ ୧୬ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୧୫ ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି। ଫଳରେ ଏହି ପଡାବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୨୦୧୦ ମସିହାରେ ଲାଞ୍ଜିଗଡ ନିକଟରେ ଥିବା ବଂଶଧାରା ନଦୀରୁ ପାଣି ଯୋଗାଣ ପାଇଁ ଲାଞ୍ଜିଗଡ ସହରକୁ ପାଇପ ବିଛା ଯାଇଛି । ହେଲେ ନିମ୍ନ ମାନର ପାଇପ ଓ କାମ ଯୋଗୁଁ ସେସବୁ ବାରମ୍ବାର ଫାଟି ଯାଉଥିବା ଫଳରେ ବିଭିନ୍ନ ସମୟରେ ମାସ ମାସ ଧରି ଜଳ ଯୋଗାଣରେ ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ପୂଜାରୀପଡା ଓ କଲୋନୀପଡା ଲୋକେ ପାନୀୟ ଜଳ ପାଇଁ ଲାଞ୍ଜିଗଡ ବଂଶଧାରା ନଦୀରୁ ପାଇପ ଯୋଗେ ଆସୁଥିବା ପାଣି ଉପରେ ନିର୍ଭର କରିଥାନ୍ତି । ଏହି ଦୁଇ ଗୋଟି ପଡ଼ାରେ୪ ଗୋଟି ନଳକୂପ ଥିଲେ ମଧ୍ୟ ପଡ଼ାବାସୀଙ୍କ ବ୍ୟବହାର ପାଇଁ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ଧରି ପଡାବାସୀଙ୍କୁ ଅପେକ୍ଷା କରୁ ଥିଲେ ମଧ୍ୟ ପାଣି ପାଇବା ସମ୍ଭବ ହେଉନାହିଁ । ବାରମ୍ବାର ଏହି ପାଇପ ଲାଇନ ଫାଟି ଯିବା ଫଳରେ ମାସକୁ କଷ୍ଟେ ମଷ୍ଟେ ଏକ ସପ୍ତାହ ଲୋକେ ପାଣି ବ୍ୟବହାର କରୁଛନ୍ତି । ଚଳିତ ମାସ ୨ ତାରିଖରେ ପୁଣି ଲାଞ୍ଜିଗଡ଼ ଏଟିଏମ ଛକ ନିକଟରେ ପାଇପ ଫାଟି ରାସ୍ତା ଉପରେ ପାଣି ପ୍ରଭାବିତ ହେଉଥିବା ଯୋଗୁଁ ଅତିଶୀଘ୍ର ଏହାର ମରାମତି କରିବା ପାଇଁ ଲୋକେ ଅଭିଯୋଗ କରିଥିଲେ। ଏନେଇ ବ୍ଳକ ଜଳଯୋଗାଣ ଦାଇତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ମଧ୍ୟ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ଏହି ଅଭିଯୋଗ ପରେ ସେହିଦିନ ଠାରୁ ଲାଞ୍ଜିଗଡ଼ ଜଳ ଯୋଗାଣ ଆଜିକୁ ପ୍ରାୟ ୧୫ ଦିନ ହେଲା ବନ୍ଦ ହୋଇଯାଇଛି। ଜଳଯୋଗାଣକୁ ନେଇ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷକୁ ଅଭିଯୋଗ କରିବା ନିତି ଦିନିଆ ଘଟଣା ହୋଇଛି ବୋଲି ଲାଞ୍ଜିଗଡ଼ ସହର ବିଭିନ୍ନ ପଡାବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଲାଞ୍ଜିଗଡ଼ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ପଚାରିବାରୁ ବାରମ୍ବାର ପାଇପ ଫାଟିବା ଯୋଗୁଁ ଲୋକଙ୍କ ଅଭିଯୋଗ ପରେ ମୁଁ ପାଣି ବନ୍ଧ କରିବା ପାଇଁ କହିଥିଲି। ଆମ ପାଖରେ ମରାମତି ପାଇଁ ସାମଗ୍ରୀ ନଥିଲା। ବର୍ତ୍ତମାନ ସାମଗ୍ରୀ ଆସିଯାଇଛି। ଆସନ୍ତା କାଲି ଫାଟି ଥିବା ପାଇପ ଗୁଡିକୁ ଓଲଡିଂ କରିବା ପରେ ଲାଞ୍ଜିଗଡ଼ ସହରକୁ ପାଣି ଛଡାଯିବ ବୋଲି ପ୍ରକାଶ କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories