ମଙ୍ଗଳବାର ରାଶିଫଳ (୨୧/୧୨/୨୦୨୧)

ମେଷ : ବ୍ରାହ୍ମଣଙ୍କ ସହିତ ମିତ୍ରତା ସ୍ଥାପନ ହେବ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଅନ୍ୟକୁ ଶାନ୍ତ୍ବନା ଦେଇ ବୋଧ କରିପାରନ୍ତି। ରାଜ୍ୟପୂଜ୍ୟ ଓ ଭ୍ରାତୃସ୍ନେହୀ ହେବେ।
ବୃଷ : କୃଷିକର୍ମରୁ ଧନପ୍ରାପ୍ତ ହେବେ। ସତ୍କର୍ମରେ ପ୍ରଶଂସାର ପାତ୍ର ହେବେ। ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି। ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ। ବିବିଧ ଉପାୟରେ ଧନ ଅର୍ଜନ କରିବେ।
ମିଥୁନ : ବିନୟୀ ସ୍ବଭାବ ସମ୍ପନ୍ନ ହେବେ। ପ୍ରୀତିଲାଭର ସୂଚନା ମିଳୁଛି। ହାସ୍ୟରସରେ ଉଦ୍ବୁଦ୍ଧ ହେବେ। ସଂଗୀତ ପ୍ରିୟ ହେବେ। ଦାନୀ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ।
କର୍କଟ : ଦ୍ବିଜମାନଙ୍କ ପ୍ରୀତ୍ୟାର୍ଥେ ଓ ଦେବଦେବୀଙ୍କ ପୂଜାରେ ଧନ ବ୍ୟୟ କରିପାରନ୍ତି। ଯଜ୍ଞାଦି ଧର୍ମକ୍ରିୟାରେ ନିଜକୁ ସାମିଲ କରିବେ। ସାଧୁମାନଙ୍କ ପ୍ରଶଂସାର ପାତ୍ର ହେବେ। ଯୁଦ୍ଧ, ଯାତ୍ରା ଶୁଭପ୍ରଦ ହେବ।
ସିଂହ : ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ବୁଦ୍ଧି, ବିଦ୍ୟା, ଜ୍ଞାନ, ଗରିମାଯୁକ୍ତ ହୋଇପାରନ୍ତି। ଆଭା, ପ୍ରଭା, ପ୍ରୀତିଭାର ଅଧିକାରୀ ହେବେ। ଧନ ଅର୍ଜନ ପାରଙ୍ଗମ ହେବେ। ସରକାରଙ୍କ କୃପାପାତ୍ର ହେବେ।
କନ୍ୟା : ବାସଭବନ ସ୍ବାସ୍ଥ୍ୟପ୍ରଦ ହେବ। ବାଣିଜ୍ୟ କାରବାର ତ୍ବରାନ୍ବିତ ହୋଇପାରେ। ଦାନ, ଧ୍ୟାନରେ ମନୋନିବେଶ କରିବେ। ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି। ସଦ୍ଗୁଣ ସମ୍ପନ୍ନ ହେବେ। ପାରିବାରିକ ପ୍ରୀତି ରହିବ।
Related Posts
Comments are closed.