www.samajalive.in
Sunday, December 14, 2025
14.1 C
Bhubaneswar

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳା

ଜୋହାନସବର୍ଗ :  ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଡିସେମ୍ବର ୨୬ରୁ ଆରମ୍ଭ ହେଉଛି । ତେବେ ଏହି ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ ଦେଖିବା ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ୍‌ ମଧ୍ୟକୁ ଛଡ଼ାଯିବ ନାହିଁ ବୋଲି କ୍ରିକେଟ୍‌ ସାଉଥ୍ ଆଫ୍ରିକା (ସିଏସ୍‌ଏ) ଘୋଷଣା କରିଛି । ତେଣୁ କୌଣସି ମ୍ୟାଚ୍‌ର ଟିକଟ ବିକ୍ରି କରାଯିବ ନାହିଁ ଏବଂ ତାଲାବନ୍ଦ ଷ୍ଟାଡିୟମ୍‌ରେ ୩ଟିଯାକ ଟେଷ୍ଟ ଖେଳାଯିବ ବୋଲି ସିଏସ୍‌ଏ ଘୋଷଣା କରିଛି । ଏକ ରିପୋର୍ଟ ଅନୁସାରେ ଦକ୍ଷିଣ ଆଫ୍ରିକାରେ କୋଭିଡ୍‌-୧୯ର ନୂତନ ପ୍ରକାର ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସିଏସ୍‌ଏ ବନ୍ଦ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ୨୬ରୁ ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ, ୨ୟ ଟେଷ୍ଟମ୍ୟାଚ୍ ଜାନୁଆରୀ ୩ରୁ ଜୋହାନସବର୍ଗରେ ଏବଂ ଆରମ୍ଭ ହେଉଛି । ୩ୟ ଟେଷ୍ଟମ୍ୟାଚ୍‌ ଜାନୁଆରୀ ୧୧ରୁ କେପ୍‌ ଟାଉନ୍‌ରେ ଖେଳାଯିବ। ଟେଷ୍ଟ ଶୃଙ୍ଖଳା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ମଧ୍ୟ ଖେଳାଯିବ। ଦିନିକିଆ ଶୃଙ୍ଖଳାରେ ଦର୍ଶକଙ୍କୁ ଷ୍ଟାଡିୟମ୍‌କୁ ଛଡ଼ାଯିବ କି ନାହିଁ; ତାହା ପରେ ନିଷ୍ପତ୍ତି ନିଆଯିବ। ୪ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ସ୍ଥଗିତ ରଖାଯାଇଛି । ଓମିକ୍ରନ୍ ସଂକ୍ରମଣ ଯୋଗୁଁ ଭାରତୀୟ କ୍ରିକେଟ୍‌ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ସନ୍ଦେହ ରହିଥିଲା । ତେବେ ଉଭୟ ବିସିସିଆଇ ଓ ସିଏସ୍‌ଏ ଶୃଙ୍ଖଳାକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ଦଳ ସେମାନଙ୍କ ହୋଟେଲରେ କଠୋର ଜୈବ ନିରାପତ୍ତା ବଳୟରେ ରହିଛନ୍ତି । ୧୬ରେ ଭାରତୀୟ ଦଳ ଏଠାରେ ପହଞ୍ଚିବା ପରେ ଆଇରିନ୍ ଲଜ୍‌ ନାମକ ରିଜର୍ଟରେ ରହିଛନ୍ତି । ଏହି ରିଜର୍ଟରେ ଭାରତୀୟ ଦଳର ସଦସ୍ୟଙ୍କୁ ଛାଡ଼ି ଆଉ କାହାକୁ ରହିବାକୁ ଅନୁମତି ଦିଆ ଯାଇନାହିଁ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories