www.samajalive.in
Sunday, December 14, 2025
17.1 C
Bhubaneswar

ହିଲଟପ୍ ସ୍ନାତକ ମହାବିଦ୍ୟାଳୟରେ ସ୍ଵତନ୍ତ୍ର ସେବା ଶିବିର

ମୋହନା : ସ୍ଥାନୀୟ ହିଲଟପ୍ ସ୍ନାତକ ମହାବିଦ୍ୟାଳୟ ପରିସରରେ ୭ଦିନ ଧରି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଆରମ୍ଭ ହୋଇଛି। ଉଦଘାଟନ ଉତ୍ସବ ବରିଷ୍ଠ ଅଧ୍ୟାପକ ଜଗନ୍ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ମାର୍ଶାଲ ନାୟକ, ମୁଖ୍ୟ ବକ୍ତା ବରିଷ୍ଠ ଅଧ୍ୟାପକ ପ୍ରଣବାନନ୍ଦ ପାଟ୍ଟୋଷୀ ଓ ସମ୍ମାନୀତ ଅତିଥି ଭାବେ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଜାତୀୟ ସେବା ଶିବିରର ମହତ୍ଵ, ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସେବା ସମ୍ପର୍କରେ ଉପସ୍ଥିତ ବାଳିକା ବିଭାଗର ୨୩ଜଣ ଛାତ୍ରୀ ଓ ବାଳକ ବିଭାଗର ୨୩ଜଣ ଛାତ୍ରୀଙ୍କୁ ବୁଝାଇଥିଲେ । ସଭା କାର୍ଯ୍ୟ ଶେଷ ହେବାପରେ ସ୍ଵତନ୍ତ୍ର ସେବା ଶିବିରର ୪୬ ଜଣ ଛାତ/ଛାତ୍ରୀ ମହାବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବାଳିକା ବିଭାଗର ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀ ଓ ବାଳକ ବିଭାଗର ଯୋଜନା ଅଧିକାରୀ ସନ୍ତୋଷ କୁମାର ନନ୍ଦ ପରିଚାଳନା କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories