www.samajalive.in
Monday, December 15, 2025
16.1 C
Bhubaneswar

ଆଜିଠୁ ଗୁରୁତର ରୋଗୀଙ୍କୁ ମିଳିବ ଜରୁରୀ ବିମାନ ସେବା : ପ୍ରଥମ ପର୍ଯ୍ୟାୟରେ ୪ ଉପାନ୍ତ ଜିଲା

ଭୁବନେଶ୍ୱର : ଉପାନ୍ତ ଅଞ୍ଚଳର ଗୁରୁତର ରୋଗୀଙ୍କୁ କିଭଳି ତ୍ବରିତ ଉତ୍ତମ ଚିକିତ୍ସା ସେବା ମିଳିପାରିବ ସେଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହି ଯୋଜନାର ନାମ ‘ମୁଖ୍ୟମନ୍ତ୍ରୀ ବାୟୁ ସେବା’ ରହିଛି । ପ୍ରଥମ ପର୍ଯ୍ୟାୟରେ ଉପାନ୍ତ ଅଞ୍ଚଳର ୪ ଜିଲାକୁ ଏଥିରେ ସାମିଲ କରାଯିବ । ସେଥିମଧ୍ୟରେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲା ରହିଛି। ଏହାଦ୍ବାରା ଗୁରୁତର ରୋଗୀଙ୍କୁ ଉପାନ୍ତ ଅଞ୍ଚଳର ଜିଲାମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ(ସ୍ବତନ୍ତ୍ର ବିମାନରେ ସ୍ଥାନାନ୍ତର) କରି ପ୍ରମୁଖ ଡାକ୍ତରଖାନାକୁ ଅଣାଯାଇପାରିବ। ଆଜି ଠାରୁ ଏଭଳି ଜରୁରୀ ସ୍ବାସ୍ଥ୍ୟସେବା ଲାଗି ବିମାନସେବାକୁ ସଂଯୋଗ କରାଯିବ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନ ବନ୍ଦରରେ ସୋମବାର ଉଦଘାଟନ କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଗୁରୁତର ରୋଗୀଙ୍କୁ ଠିକଣା ସମୟରେ ଚିକିତ୍ସା ଯୋଗାଇଦେବା ପାଇଁ ସରକାର ଏହି ଅଭିନବ ଉଦ୍ୟମ ହାତକୁ ନେଇଛନ୍ତି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏହି ସେବାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories