www.samajalive.in
Monday, December 15, 2025
16.1 C
Bhubaneswar

ଓମିକ୍ରନ ଡର, ବଢ଼ୁଛି ସଂକ୍ରମଣ

ଖୋର୍ଦ୍ଧା-କଟକରେ ୬୪ପ୍ରତିଶତ ସଂକ୍ରମିତ

ଭୁବନେଶ୍ବର: ଓମିକ୍ରନ୍‌ ସଂକ୍ରମଣ ଭୟକୁ ନେଇ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଓଡ଼ିଶାକୁ ୧୫୦୦ରୁ ଅଧିକ ଲୋକ ବିଦେଶରୁ ଫେରିଛନ୍ତି। ସେହିପରି ପଡ଼ୋଶୀ ରାଜ୍ୟମାନଙ୍କରେ ବି ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି। ଗୋଟିଏପଟେ ରାଜ୍ୟରେ ଓମିକ୍ରନକୁ ନେଇ ଡର ବଢ଼ୁଥିବାବେଳେ ଅନ୍ୟପଟେ ଦୈନିକ ସଂକ୍ରମଣ ଏବେ କ୍ରମାଗତ ବଢ଼ିବାରେ ଲାଗିଛି। ଦୈନିକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ କେବଳ ୫୫ପ୍ରତିଶତ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବେ କଟକ ଜିଲାରେ ସଂକ୍ରମଣ ବଢ଼ୁଛି। ଗତକାଲି କଟକରେ ଜଣେ ନାଇଜେରିଆ ଫେରନ୍ତା ଯୁବକ କରୋନା ସଂକ୍ରମିିତ ହେବାପରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଆଇସୋଲେସନରେ ରଖାଯାଇଛି। ତାଙ୍କ ସ୍ବସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ଓମିକ୍ରନରେ ସଂକ୍ରମିତ କି ନୁହେଁ ତାହା ଜାଣିବା ପାଇଁ ତାଙ୍କ ନମୁନା ଜିନୋମ ସି​‌େକ୍ବନ୍ସିଂ ପାଇଁ ଭୁବନେଶ୍ବର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌) ପରୀକ୍ଷାଗାରକୁ ପଠାଯାଇଛି। ମଙ୍ଗଳବାର ସୁଦ୍ଧା ଏହି ରିପୋର୍ଟ ଆସିବ। ଏହି ପରିପ୍ରେକ୍ଷୀରେ ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଦେଶ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ୪ ଜଣଙ୍କ ଜିନୋମ ସିି​‌େ​‌କ୍ବନ୍ସିଂ କରାଯାଇ ସେମାନେ ଓମିକ୍ରନରେ ପୀଡ଼ିତ ନ ଥିବା ଜଣାଯାଇଛି। ଅନ୍ୟ ତିନି ଜଣଙ୍କ ନମୁନା ସିି‌େ‌କ୍ବନ୍ସିଂ ପାଇଁ ପଠାଯାଇଛି।
ସେ କହିଛନ୍ତି, ଓମିକ୍ରନ ସଂକ୍ରାନ୍ତରେ ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟାନ ଉପରେ ଆଧାରିତ। ସଂକ୍ରମଣ କେତେ ବଢୁଛି, ତାକୁ ଦେଖି ସତର୍କ ରହିବାକୁ ପଡ଼ିବ। ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରାମକ; କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ସେମାନଙ୍କ ପାଇଁ ଅମ୍ଳଜାନ ଓ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ପଡ଼ୁନି। ତଥାପି ମଧ୍ୟ ସତର୍କ ରହିବାକୁ ପଡ଼ିବ। ସଂକ୍ରମିତଙ୍କ ସଂଖ୍ୟା ଓ ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଖୋର୍ଦ୍ଧାରୁ ଆଜି ରାଜ୍ୟର ୫୫ ପ୍ରତିଶତ ସଂକ୍ରମିତ ବାହାରିଥିବାବେଳେ ଦୁଇ ଜିଲା‌ରୁ ୬୪ ପ୍ରତିଶତ ଚିହ୍ନଟ ହୋଇଛନ୍ତି। ସେହିପରି ସଂକ୍ରମିତଙ୍କ ମଧ୍ୟରେ ୩୪ ଶିଶୁ ଅଛନ୍ତି। ଆଜି ମୋଟ ୧୯୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧରୁ ୧୧୨ ଓ ସ୍ଥାନୀୟ ସଂକ୍ରମଣରୁ ୮୧ ଜଣ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୦୭ ସଂକ୍ରମିତ, କଟକ ୧୭, ସମ୍ବଲପୁର ୮, ଜଗତସିଂହପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ୪ ଲେଖାଏଁ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ ଓ ଦେବଗଡ଼ ୩ ଲେଖାଏଁ, ଗଜପତି ଓ ପୁରୀରୁ ୨ ଲେଖାଏଁ, ନୟାଗଡ଼, ରାୟଗଡ଼ା, ସୋନପୁର ଓ ଅନୁଗୋଳରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ୧୩ ଜିଲାରୁ କେହି ସଂକ୍ରମିତ ବାହାରି ନାହାନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୨ ହଜାର ୮୩୪ରେ ପହଞ୍ଚିଛି। ୧୦ ଲକ୍ଷ ୪୨ ହଜାର ୪୪୩ ଜଣ ସୁସ୍ଥ ହୋଇଛନ୍ତି। ୧୮୯୪ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଆଜି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ କରୋନାଜନିତ ମୃତକଙ୍କ ସଂଖ୍ୟା ୮୪୪୪ରେ ପହଞ୍ଚିଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories