www.samajalive.in
Saturday, December 13, 2025
21.1 C
Bhubaneswar

ଆହୁରି ଖସିବ ରାତି ତାପମାତ୍ରା : ୯ ସ୍ଥାନରେ ୧୨ ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର : ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପଶ୍ଚିମ, ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି। ରାତିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ତଳକୁ ଖସୁଛି। ବିଶେଷ ଭାବେ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଖସୁଛି। ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ରାତି ତାପମାତ୍ରା ୮.୫ ଡିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ବଲାଙ୍ଗୀରରେ ୯ ଡିଗ୍ରୀ ରହିଛି। କୋରାପୁଟ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ ଲେଖାଏଁ ପାରଦ ରେକର୍ଡ କରାଯାଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ। ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା କମ। ୫ଦିନ ଯାଏଁ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ ରହିପାରେ। ଫଳସ୍ବରୂପ ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ। ରାତିରେ ତାପମାତ୍ରା ହ୍ରାସ ପାଉଥିବାରୁ ଆଜି ୯ଟି ସ୍ଥାନରେ ୧୨ ଡିଗ୍ରୀ ତଳେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସୋନପୁର ଓ ଟିଟିଲାଗଡରେ ୧୦.୮ ଡିଗ୍ରୀ, ଭବାନୀପାଟଣାରେ ୧୧.୬ ଡିଗ୍ରୀ, ସୁନ୍ଦରଗଡରେ ୧୦ ଡିଗ୍ରୀ, ଝାରସୁଗୁଡାରେ ୧୧.୨ ଡିଗ୍ରୀ ଏବଂ ତାଳଚେର ଓ ନୟାଗଡରେ ୧୨ ଡିଗ୍ରୀ ରାତି ତାପମାତ୍ରା ରହିଛି। ମାଲକାନଗିରିରେ ୧୨.୫ ଡିଗ୍ରୀ, ହୀରାକୁଦରେ ୧୩.୨ ଡିଗ୍ରୀ, ସମ୍ବଲପୁରରେ ୧୩.୭ ଡିଗ୍ରୀ, କେନ୍ଦୁଝରରେ ୧୨.୬ ଡିଗ୍ରୀ, ବାରିପଦା, ବାଲେଶ୍ବର ଓ ଅନୁଗୋଳରେ ୧୪ ଡିଗ୍ରୀ ଏବଂ ଚାନ୍ଦବାଲିରେ ୧୩.୬ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟାନ୍ୟ ସ୍ଥାନରେ ପାରଦ ୧୫ ଡିଗ୍ରୀ ଉପରେ ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories