www.samajalive.in
Monday, December 15, 2025
27.1 C
Bhubaneswar

କଳାକାର ଚୟନକୁ ଶୃଙ୍ଖଳିତ ପରିଚାଳନା ପାଇଁ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀମାନଙ୍କର ଅଡିସନ ଚଳିତ ମାସ ୨୦ ଓ ୨୧ ତାରିଖରେ ସ୍ଥିର ହୋଇଛି। ୨୦ ତାରିଖ ସକାଳ ୧୦ ଘଟିକାରେ ବଡଚଣା, ଧର୍ମଶାଳା, ରସୁଲପୁର, ବରୀ ଓ ଯାଜପୁର ବ୍ଳ୍କର କଳାକାର ମାନଙ୍କ ପାଇଁ ସଂପୃକ୍ତ ବ୍ଳକ ସମ୍ମିଳନୀ ଗୃହରେ ଓ ୨୧ ତାରିଖ ସକାଳ ୧୦ ଘଟିକା ସମୟରୁ ବରୀ, ଦଶରଥପୁର. ବିଂଝାରପୁର, କୋରାଇ, ଦାନଗଦୀ ଓ ସୁକିନ୍ଦା ବ୍ଲକର କଳାକାର ମାନଙ୍କ ପାଇଁ ସଂପୃକ୍ତ ବ୍ଲକର ସମ୍ମିଳନୀ ଗୃହରେ ଅଡିସନ ବା ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ।

ବରୀ ବ୍ଲକରେ ୭୦୦ ରୁ ଊର୍ଦ୍ଧ୍ୱ କଳାକାର ଥିବାରୁ ଏଠାରେ ଦୁଇଦିନ ଅଡିସନ ହେବ। ପ୍ରଥମ ଦିନ କ୍ରମିକ ସଂଖ୍ୟା ୧ ରୁ ୩୫୦ ଓ ଦ୍ୱିତୀୟ ଦିନ କ୍ରମିକ ସଂଖ୍ୟା ୩୫୧ ରୁ ଶେଷ ପର୍ଯ୍ୟନ୍ତ ଚୟନ କରାଯିବ। ଅଡିସନ ପାଇଁ ଯୋଗ୍ୟ ତାଲିକା ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟମାନଙ୍କରେ ପ୍ରଦର୍ଶନ କରାଯାଇଛି। ଆବେଦନ ପତ୍ରଗୁଡିକୁ ଯାଞ୍ଚ ପରେ ଉପଯୁକ୍ତ ବିବେଚିତ ଆବେଦନକାରୀମାନେ ସଂପୃକ୍ତ ବ୍ଲକ ସମ୍ମିଳନୀ ଗୃହରେ ଉପସ୍ଥିତ ରହି ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories