www.samajalive.in
Sunday, December 7, 2025
16.1 C
Bhubaneswar

ସଭ୍ୟ ସମାଜରେ ମିଛ ଏନକାଉଣ୍ଟରର ସ୍ଥାନ ନାହିଁ- ଏନଏଚଆରସି ମୁଖ୍ୟ

ଗୁଆହାଟି (ଆସାମ): ମିଛ ଏନକାଉଣ୍ଟର ଏକ ନାରକୀୟ ଘଟଣା । ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି । ଦେଶର ପାଞ୍ଚଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମାନବାଧିକାର ସମ୍ପର୍କିତ ଅଭିଯୋଗଗୁଡିକ ସମ୍ପର୍କରେ ଦୁଇ ଦିନିଆ ଜନଶୁଣାଣି କରିବା ଅବସରରେ ଜଷ୍ଟିସ ମିଶ୍ର ଏହା କହିଛନ୍ତି । ଗତ ମଇ ମାସଠାରୁ ଆସାମ ପୁଲିସ ଦ୍ୱାରା ପ୍ରାୟୋଜିତ ଗୁଳିକାଣ୍ଡରେ ଅନ୍ୟୂନ ୩୧ ଜଣଙ୍କର ପ୍ରାଣହାନି ଘଟଣା ସର୍ମ୍ପକିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି । ଜଷ୍ଟିସ ମିଶ୍ର କହିଥିଲେ ଯେ ଦେଶରେ ତୁରନ୍ତ ନ୍ୟାୟ ପ୍ରଦାନର ପ୍ରଶ୍ନ ଉଠୁନାହିଁ । ଦେଶରେ ରହିଥିବା ଆଇନ ବ୍ୟବସ୍ଥା ତାହା ବାଟରେ କାର୍ଯ୍ୟ କରୁଛି । ଜଣେ ଦୋଷୀ ବ୍ୟକ୍ତିଙ୍କ ସମ୍ପର୍କରେ ଅଦାଲତରେ ବିଚାର କରାଯାଇ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ ।
ସଶସ୍ତ୍ର ବାହିନୀ କ୍ଷମତା ଆଇନ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଏନଏଚଆରସି ମୁଖ୍ୟ କହିଥିଲେ ଯେ, କେତେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏଏଫଏସପିଏ ଆଇନ ଲାଗୁ କରାଯିବା କାରଣରୁ ମାନବାଧିକାର ଉଲ୍ଲଂଘନ ହେଉଥିବା ଘଟଣା ଘଟୁଥିବା କହିବା ଭୁଲ ହେବ । ଏଭଳି ଘଟଣାକୁ ଅନ୍ୟ ସେହିଭଳି ଘଟଣା ସହିତ ସମାନ ଭାବରେ ଦେଖାଯାଇପାରିବ ନାହିଁ । ଏକଥା କୁହାଯାଇପାରିବ ନାହିଁ ଯେ ଏହି ଆଇନ କାରଣରୁ କୌଣସି ମାନବାଧିକାର ଉଲ୍ଲଂଘନ ଘଟଣା ଘଟୁଛି । ଯଦି ନିର୍ଦ୍ଦିଷ୍ଟ ଭାବରେ ସେଭଳି କିଛି ଘଟଣା ସମ୍ମୁଖକୁ ଆସେ ତେବେ ଏନଏଚଆରସି ସେ ସମ୍ପର୍କରେ ବିଚାର କରିବେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories