www.samajalive.in
Saturday, December 6, 2025
15.1 C
Bhubaneswar

ମସଲା ଚିଜ୍‍ ଟୋଷ୍ଟ

ଘରକୁ ଅତିଥି ଆସିବାକୁ ଥିଲେ, ସନ୍ଧ୍ୟା ସମୟରେ ଚା’ ସହିତ କିଛି ସ୍ୱତନ୍ତ୍ର ଜଳଖିଆ ପ୍ରସ୍ତୁତ କରାଯାଏ। ଅନେକ ସମୟରେ ଏଭଳି ହୋଇଥାଏ, କେଉଁ ଜିନିଷକୁ ସହଜ ଓ କମ ସମୟରେ ମଧ୍ୟରେ ପ୍ରସ୍ତୁତ କରାଯାଇପାରିବ, ତାହା ଚିନ୍ତାର କାରଣ ପାଲଟିଥାଏ। ତେବେ ଜାଣନ୍ତୁ ଏଭଳି ହିଁ ଏକ ସହଜ ଜଳଖିଆ ବିଷୟରେ ଯାହା ପିଲାଙ୍କୁ ମଧ୍ୟ ବେଶ ପସନ୍ଦ।
ମସଲା ଚିଜ୍‍ ଟୋଷ୍ଟ
ଆବଶ୍ୟକ ସାମଗ୍ରୀ
କଟା ହୋଇଥିବା ପିଆଜ – ୨ଟି
ସିମଲା ଲଙ୍କା ଓ ଗାଜର – କଟା ହୋଇଥିବା
ଲଙ୍କାଗୁଣ୍ଡ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ସାମାନ୍ୟ
ଲୁଣ – ସ୍ୱାଦ ଅନୁସାରେ
ଚିଜ୍‍ – ଆବଶ୍ୟକ ପରିମାଣରେ
ପାଉଁରୁଟି ଖଣ୍ଡ – ୪ଟି
ବଟର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଟା ହୋଇଥିବା ପିଆଜ,ସିମଲା ଲଙ୍କା, ଗାଜରରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ,ଲୁଣ ମିଶାଇ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ସାମାନ୍ୟ ବଟର ପକାଇ ଏହାକୁ ଭାଜି ଦିଅନ୍ତୁ। ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପାଉଁରୁଟିରେ ଗୋଟେ ପଟେ ଏହି ମିଶ୍ରଣ ରଖି ଚିଜ୍‍ ରଖନ୍ତୁ। ଏହାଉପରେ ଆଉ ଏକ ପାଉଁରୁଟି ରଖନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ବଟର ପକାଇ ପାଉଁରୁଟିକୁ ଭଲ ଭାବେ ସେକି ଦିଅନ୍ତୁ। ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories