www.samajalive.in
Saturday, December 6, 2025
19.1 C
Bhubaneswar

ଜିଲାପାଳଙ୍କ କଲ୍ୟାଣସିଂହପୁର ଗସ୍ତ ; ୫ଟି ବିଦ୍ୟାଳୟର ରୂପାନ୍ତରଣ ନିମନ୍ତେ ଭିର୍ତ୍ତିଭୂମି ଅନୁଧ୍ୟାନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ ସୋରଜ କୁମାର ମିଶ୍ର ଗସ୍ତ କରି ବିଭିନ୍ନ ବିଦ୍ୟାଳୟରେ ୫ଟି ର ରୂପାନ୍ତରଣ ନିମନ୍ତେ ଭିର୍ତ୍ତିଭୂମି ଅନୁଧ୍ୟାନ କରିବା ସହ ପୂଜାରୀଗୁଡା ରାଜସ୍ୱ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।ଏହି ପରି ପ୍ରେକ୍ଷୀରେ ଜିଲାପାଳ ଶ୍ରୀ ମିଶ୍ର ବ୍ଲକର ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ନାରାୟଣ ପୁର  ଉଚ୍ଚବିଦ୍ୟାଳୟ, ଶୁଳି ପଦର ଉଚ୍ଚବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ୫-ଟି ରୂପାନ୍ତରିଣ ପାଇଁ ଭିର୍ତ୍ତିଭୂମି ଅନୁଧ୍ୟାନ କରିବା ସହ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ ।
ବିଦ୍ୟାଳୟର ଭିର୍ତ୍ତିଭୂମି ଉନ୍ନତ ମାନର କରିବା ନିମନ୍ତେ ବିଶେଷକରି ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନଗାର ,ପାଠାଗାର, ଖେଳପଡ଼ିଆ  ବ୍ୟବସ୍ଥା କରାଯିବ । ଏହାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ।ପୂଜାରିଗୁଡାରେ ଥିବା କସ୍ତୁରୀବ। ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ ।ଏଥିରେ ଶିକ୍ଷକ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।ଜିଲାପାଳ ଛାତ୍ରୀ ମାନଙ୍କୁ ଶିକ୍ଷା ବିଷୟରେ ପଚାରି ବୁଝିବା ସହିତ ସେମାନେ ବଡ ହେଲେ କଣ କରିବା ପାଇଁ ସ୍ଥିର କରିଛନ୍ତି ଓ କଣ କରିବେ ବୋଲି ପଚାରି ବୁଝିଥିଲେ । ଏହାପରେ  ରାଜସ୍ୱ କାର୍ଯ୍ୟାଳୟ ପରିଦର୍ଶନ ମଧ୍ୟ କରିଥିଲେ । ଏଥିରେ ବିଡ଼ିଓ ସୁଧାକର ରଇତ,ତହସିଲଦାର ଦେବାଶିଷ କର, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଅତିରିକ୍ତ ବିଡ଼ିଓ ବଳରାମ ପାତ୍ର ସମେତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ  । କରୋନା ଯୋଗୁଁ  ମୁହଁରେ ତୁଣ୍ଡି ,ସାନିଟାଇଜ କରିଥିବା ଦେଖିବାକୁ ମିଳିଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories