www.samajalive.in
Friday, December 5, 2025
26.1 C
Bhubaneswar

ଅନେକ ସମସ୍ୟାର ସମାଧାନ ଏହି ବାସ୍ତୁ ଉପାୟ

ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା କରିଥାଆନ୍ତି ତାଙ୍କ ଜୀବନରେ କେବେ ଧନର ଅଭାବ ନ ହେଉ। ମାତ୍ର ଅନେକ ସମୟରେ ଏପରି ଦେଖାଯାଇଥାଏ, ପରିଶ୍ରମ କରି ଟଙ୍କା ରୋଜଗାର କଲେ ମଧ୍ୟ ଅଭାବ ହୋଇଥାଏ। ଅନେକ ସମୟରେ ଘରେ ଥିବା ବାସ୍ତୁ ସମସ୍ୟା ଏହାର କାରଣ ହୋଇଥାଏ। ଏହାସହ ପରିବାରରେ ରୋଗ ଲାଗି ରହିବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏଭଳି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ସରଳ ବାସ୍ତୁ ଉପାୟ ପ୍ରତି ଧ୍ୟାନ ଦେବା ଦ୍ୱାରା ଶୁଭଫଳ ମିଳିଥାଏ। ଘରେ ସୁଖସମୃଦ୍ଧି ଆସିଥାଏ ତେବେ ଜାଣନ୍ତୁ କିଛି ବାସ୍ତୁ ଉପାୟ ବିଷୟରେ ….
ବାସ୍ତୁରେ ସ୍ୱସ୍ତିକ ଚିହ୍ନକୁ ଖୁବ ପବିତ୍ର କୁହାଯାଏ। ଏହାକୁ ଶୁଭ ଓ ଲାଭ ବୋଲି ବିବେଚନା କରାଯାଇଥାଏ। ଏହି ଚିହ୍ନ ଦ୍ୱାରା ସକରାତ୍ମକ ଶକ୍ତି ଗୃହରେ ପ୍ରବେଶ କରିଥାଏ। ଯେଉଁ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରାଯାଏ, ସେଠାରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ , ଘରେ ସମ୍ପନତା ଓ ଆର୍ଥିକ ଉନ୍ନତି ହୋଇଥାଏ।
ତୁଳସୀ ବୃକ୍ଷକୁ ପବିତ୍ର ବୃକ୍ଷ କୁହାଯାଏ। ତୁଳସୀଙ୍କୁ ପୂଜା କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାସହ ନିୟମିତ ସକାଳେ ଓ ସନ୍ଧ୍ୟାରେ ତୁଳସୀଙ୍କ ନିକଟରେ ଦୀପ ଲଗାଇଲେ ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସୁଖସମୃଦ୍ଧି ଓ ଆର୍ଥିକ ସ୍ଥିତି ବୃଦ୍ଧି ହୋଇଥାଏ।
ନକରାତ୍ମକ ଶକ୍ତି ପ୍ରବେଶକୁ ରୋକିବା ପାଇଁ ଘରର ପ୍ରବେଶ ଦ୍ୱାର ନିକଟରେ ଶଙ୍ଖ, ଗୋମତି ଚକ୍ର ,ଧନିଆ, କଉଡି, ଚନ୍ଦନ ଖଣ୍ଡକୁ ଏକ ଲାଲ କପଡାରେ ବାନ୍ଧି ଟାଙ୍ଗିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ପରିବାରର ସଦସ୍ୟଙ୍କ ମଧ୍ୟରେ ବାରମ୍ବାର କଳହ ତଥା ବିବାଦ ଲାଗି ରହୁଥିଲେ,ଘର ପୋଛିବା ସମୟରେ ପାଣିରେ ଲୁଣ ପକାଇ ପୋଛନ୍ତୁ।
କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ବାରମ୍ବାର ଅସଫଳ ହେଉଥିଲେ, ସକାଳ ଓ ସନ୍ଧ୍ୟାରେ ଶଙ୍ଖ ବଜାନ୍ତୁ। ଏହାଦ୍ୱାରା ବାସ୍ତୁ ସମସ୍ୟା ଦୂର ହେବା ସହ ଆର୍ଥିକ ଉନ୍ନତି ହୋଇଥାଏ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories