BJD Bijuli 480×75 Mob

ବୌଦ୍ଧ ଶିକ୍ଷା ଜିଲ୍ଲା ତରଫରୁ ସ୍ୱଚ୍ଛତାପକ୍ଷ ପାଳନ

BJD Bijuli 480×75 Mob

ବୌଦ୍ଧ: ବୌଦ୍ଧ ଶିକ୍ଷା ଜିଲ୍ଲାରେ ଡିସେମ୍ବର ଏକରୁ ପନ୍ଦର ମଧ୍ୟରେ ବିଭିନ୍ନ ବିଦ୍ୟାଳୟରେ ସ୍ୱଛତା ପକ୍ଷ ପାଳନ ହୋଇଯାଇଛି।ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ତରଫରୁ ପରିମଳ ସଚେତନତା କାର୍ୟ୍ୟକ୍ରମ ଏବଂ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅଥିତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ, ସମ୍ମାନୀତ ଅତିଥି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା ଯୋଗ ଦେଇଥିଲେ।

ସ୍ୱଚ୍ଛଭାରତ ଗଠନ ପାଇଁ ପ୍ରଥମେ ଶପଥ ପାଠ କଲାପରେ, ବିଦ୍ୟାଳୟ ପରିବେଶ ତଥା ନିଜେ ରହୁଥିବା ପରିବେଶ ପରିଷ୍କାର ପାରିଛନ୍ନ ରଖିବା, ଥରେ ବ୍ୟବହାର ଯୋଗ୍ୟ ପଲିଥିନକୁ ଉଚିତ ଉପାୟରେ ନଷ୍ଟ କରିବା, ଉପଯୁକ୍ତ ଶୌଚାଳୟ ବ୍ୟବହାର କରିବା ଉପରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ। ଏହାପରେ ପିଲାମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭମ କୁମାର ସାହୁ ନୋଡାଲ ଉଚ୍ଚ ବିଦ୍ୟାଳୟ ହରଭଙ୍ଗା, ଦ୍ଵିତୀୟ ଜୟପ୍ରକାଶ ମୁଖି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ, ତୃତୀୟ ଦେବଦାସ ମେହେର ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ଗଣେଶ ସାହୁ, ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟ ଅବର୍ଣ୍ଣ ମହାପାତ୍ର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ, ତୃତୀୟ ଜ୍ୟୋତିର୍ମୟୀ ମିଶ୍ର ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ବିରନରସିଂହପୁରଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ।

Comments are closed.