ରାଜ୍ୟରେ କରୋନା : ଆଉ ନୂଆ ସଂକ୍ରମିତ ୧୭୫ ; ଜଣେ ମୃତ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୨୦୦ରେ ସୀମିତ ରହିଥିବା ବେଳେ ୨୪ ଘଣ୍ଟାରେ ଆଉ ୧୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୩୦,ସଙ୍ଗରୋଧରୁ ୧୦୧ ଓ ସ୍ଥାନୀୟ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଅକ୍ରାାନ୍ତଙ୍କ ସଂଖ୍ୟା ୧୦,୫୧,୯୨୭ରେ ପହଞ୍ଚିଛି। ୧୦,୪୧,୫୩୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୯୦୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 13th December
New Positive Cases: 175
Of which 0-18 years: 30
In quarantine: 101
Local contacts: 74(Details of local contacts will be shared by concerned District)
1. Balasore: 1
2. Bhadrak: 1
3. Cuttack: 12
4. Deogarh: 1
5. Dhenkanal: 1
6. Gajapati: 3— I & PR Department, Odisha (@IPR_Odisha) December 14, 2021
New recoveries: 171
Cumulative tested: 24521645
Positive: 1051927
Recovered: 1041536
Active cases: 1901— I & PR Department, Odisha (@IPR_Odisha) December 14, 2021
୧୭ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୧, ଭଦ୍ରକ ୧, କଟକ ୧୨, ଦେଓଗଡ ୧, ଢେଙ୍କାନାଳ ୧, ଗଜପତି ୩, ଜଗତସିଂହପୁର ୧, ଯାଜପୁର ୫, କେନ୍ଦ୍ରାପଡା ୭, ଖୋର୍ଦ୍ଧା ୮୨, ମୟୁରଭଞ୍ଜ ୧୨, ନୟାଗଡ ୪, ପୁରୀ ୬, ରାୟଗଡା ୧, ସମ୍ବଲପୁର ୪, ସୋନପୁର ୪, ସୁନ୍ଦରଗଡ ୧୧ ଓ ଷ୍ଟେଟ ପୁଲରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ଜଣେ ମହିଳା। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮, ୪୩୭ରେ ପହଞ୍ଚିଛି।
Comments are closed.