www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି କାଶୀ ବିଶ୍ବନାଥ କରିଡର ଉଦ୍‌ଘାଟନ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କାଶୀ ବିଶ୍ବନାଥ ମନ୍ଦିର କରିଡର ଉଦ୍‌ଘାଟନ କରିବେ । ଏହି କରିଡର କାଶୀ ବିଶ୍ବନାଥ ମନ୍ଦିରକୁ ଗଙ୍ଗାନଦୀ କୂଳ ସହ ସଂଯୋଗ କରିଛି । ଏହି ପ୍ରକଳ୍ପ ୫ଲକ୍ଷ ବର୍ଗ ଫୁଟକୁ ବ୍ୟାପିଛି ଯାହା ମଧ୍ୟରେ ୪୦ଟି ପ୍ରାଚୀନ ମନ୍ଦିର ରହିଛି। ଏହା ମଧ୍ୟରେ ଭକ୍ତଙ୍କୁ ବିଭିନ୍ନ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ୨୩ଟି ନୂଆ କୋଠା ତିଆରି କରାଯାଇଛି। ୨୦୧୯ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହା ଅନ୍ୟତମ ପ୍ରମୁଖ ପ୍ରକଳ୍ପ। ସୋମବାର ସକାଳେ ପ୍ରଧାନମନ୍ତ୍ରୀ ବାରାଣସୀ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟକୁ ଯିବେ। ସେଠାରୁ ସେ ଜଳପଥରେ ଗଙ୍ଗା ଘାଟକୁ ଯିବେ ଯାହା କାଶୀ ବିଶ୍ବନାଥ ମନ୍ଦିରକୁ ସଂଯୋଗ କରୁଛି। ଏହି କାର୍ଯ୍ୟକ୍ରମରେ ୩୦୦୦ ସାଧୁସନ୍ଥ ଓ କଳାକାର ଯୋଗ ଦେବେ। ଆଜିର ଉତ୍ସବ ପାଇଁ ବାରାଣସୀ ଜିଲା ପ୍ରଶାସନ ୮ଲକ୍ଷ ପରିବାରରେ ପ୍ରାୟ ୨୮ରୁ ୩୦ଲକ୍ଷ ଲଡୁ ବଣ୍ଟନ କରିବାର ବ୍ୟବସ୍ଥା କରିଛି। କରିଡର ଚାରିପଟେ ରୁଦ୍ରାକ୍ଷ, ବେଲ, ପାରିଜାତ, ଅଁଳା, ଅଶୋକ ଚାରା ରୋପଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାକୁ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି ା

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories