www.samajalive.in
Monday, December 15, 2025
27.1 C
Bhubaneswar

ଦିଲ୍ଲୀରେ ବିଜେପି ନେତାଙ୍କ ବୈଠକ, ରଣନୀତି ନେଇ ଆଲୋଚନା

ନୂଆଦିଲ୍ଲୀ : ରାଜ୍ୟ ବିଜେପିର ତୁଙ୍ଗ ନେତା ଦିଲ୍ଲୀରେ ଏକାଠି ହୋଇ ଓଡ଼ିଶାରେ ବିଜେପି ସଂଗଠନର ଆଗାମୀ ରଣନୀତି ଏବଂ ସଂସଦରେ ପାର୍ଟିର କ’ଣ ଆଭିମୁଖ୍ୟ ରହିବ ସେସବୁ ବିଷୟରେ ଆଲୋଚନା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କଳାହାଣ୍ଡି ସାଂସଦଙ୍କ ସ୍ଥାନୀୟ ୧୧୯ ସାଉଥ ଏଭିନ୍ୟୁସ୍ଥିତ ବାସଭବନରେ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ବରିଷ୍ଠ ନେତାଗଣ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରଥମ ଥର ଲାଗି ଓଡ଼ିଶା ବିଜେପି ନେତାଗଣ ଏକାଠି ହୋଇ ଚର୍ଚ୍ଚା କରିଛନ୍ତି। ମମିତା ମେହେର ପ୍ରସଙ୍ଗ ପରେ ରାଜ୍ୟର ରାଜନୈତିକ ପରିସ୍ଥିତି, ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସୃଷ୍ଟି ଅଚଳାବସ୍ଥା ଏବଂ ସଂସଦରେ ପାଇକ ବିଦ୍ରୋହ, ଉଷୁନା ଚାଉଳ ଉଠାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଉଇଣ୍ଡୋ ଖୋଲିବା ଆଦି ପ୍ରସଙ୍ଗରେ ବିଜୁ ଜନତା ଦଳ ସାଂସଦ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଘେରିବା ପରିପ୍ରେକ୍ଷୀରେ ବିଜେପି ନେତାଙ୍କ ବୈଠକ ଗୁରୁତ୍ୱ ହୋଇପଡ଼ିଛି। ବୈଠକ ବିଷୟରେ ଆୟୋଜକ ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ ଶୀତକାଳୀନ ଅଧିବେଶନ କାଳର ଏକ ଭେଟଘାଟ ଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ, ସଂସଦରେ ଦଳୀୟ ରଣନୀତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକର ସଫଳ ରୂପାୟନ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡ଼ୁ, ସାଂସଦ ସର୍ବଶ୍ରୀ ନିତେଶ ଗଙ୍ଗଦେବ, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ସଙ୍ଗୀତା କୁମାରୀ ସିଂଦେଓ, ଓଡ଼ିଶା ବିଜେପି ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ସାଂସଦ ବିଜୟପାଲ ସିଂ ତୋମାର, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories