www.samajalive.in
Monday, December 15, 2025
26.1 C
Bhubaneswar

୧୨୧୯ ମହାବିଦ୍ୟାଳୟରେ ନାହାନ୍ତି ଅଧ୍ୟକ୍ଷ

ଭୁବନେଶ୍ବର : ରାଜ୍ୟର କୌଣସି ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଭାରପ୍ରାପ୍ତ ଅଧ୍ୟକ୍ଷରେ ଚାଲିଛି ମହାବିଦ୍ୟାଳୟ। ଗୋଟିଏ କି ଦୁଇଟି ନୁହେଁ, ବରଂ ରାଜ୍ୟର ପ୍ରାୟ ୧୨୧୯ ମହାବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ବାରମ୍ବାର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ଦାବି ହେଉଥିଲେ ମଧ୍ୟ ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ପ୍ରାୟ ବର୍ଷକ ପୂର୍ବେ ବିଧାନସଭା ସ୍ଥାୟୀ କମିଟି ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ସୁପାରିସ କରିଥିଲେ ମଧ୍ୟ ଏ ଦିଗରେ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇନି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୪୯ ସରକାରୀ ମହାବିଦ୍ୟାଳୟ ଓ ୮ ଟି ମଡେଲ ଡିଗ୍ରୀ ମହାବିଦ୍ୟାଳୟ ରହିଥିବାବେଳେ ଏସବୁ ମହାବିଦ୍ୟାଳରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଏହି ଶିକ୍ଷାନୁଷ୍ଠାନରେ ଭାରପ୍ରାପ୍ତ ଅଧ୍ୟକ୍ଷ କାମ ଚଳାଉଛନ୍ତି। ସେହିପରି ସରକାରୀ ଅନୁଦାନପ୍ରାପ୍ତ(୪୮୮) ବର୍ଗର ମୋଟ ୪୮୮ଟି ମହାବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି । ଏହି ଶିକ୍ଷାନୁଷ୍ଠାନରେ ବରିଷ୍ଠ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ କାର୍ଯ୍ୟଭାର ପ୍ରଦାନ କରାଯାଇଛି। ସେହିପରି ୧୨ଟି ବିଏଡ୍‌ ମହାବିଦ୍ୟାଳୟର ମଧ୍ୟ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ଏହି ଶିକ୍ଷାନୁଷ୍ଠାନଗୁଡ଼ିରେ ସ୍ଥାୟୀ ଅଧ୍ୟକ୍ଷ ବଦଳରେ ଭାରପ୍ରାପ୍ତ ଅଧ୍ୟକ୍ଷ କାମ ଚଳାଉଛନ୍ତି। ବ୍ଲକ ଗ୍ରାଣ୍ଟ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦ ବି ଖାଲିପଡ଼ିଛି। ରାଜ୍ୟରେ ମୋଟ ୬୬୨ଟି ଏହି ବର୍ଗର ମହାବିଦ୍ୟାଳୟ ଥିବାବେଳେ ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ କାର୍ଯ୍ୟଭାର ତୁଲାଉଛନ୍ତି।
କେତେକ ଶିକ୍ଷାନୁଷ୍ଠାନରେ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ନିଯୁକ୍ତି କରାଯାଉଥିବାବେଳେ କେତେକ ସ୍ଥାନରେ ବୟସକୁ ମାପଦଣ୍ଡ ଭାବେ ଗଣନା କରାଯାଉଛି। ଉଚ୍ଚଶିକ୍ଷା ବିଭାଗର ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସ୍ପଷ୍ଟ ମାପଦଣ୍ଡ ନାହିଁ। ଅଧିକାଂଶ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦ ଖାଲି ହେଲେ ତିନି ବରିଷ୍ଠ ଅଧ୍ୟାପକଙ୍କ ନାମ ଉଚ୍ଚଶିକ୍ଷା ବିଭାଗକୁ ସୁପାରିସ କରାଯାଉଛି। ସେଥିମଧ୍ୟରୁ ଜଣଙ୍କୁ ବିଭାଗ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି କରୁଛନ୍ତି। ଏହାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଦ୍ବନ୍ଦ୍ବ ଦେଖାଦେଉଛି।
ରାଜ୍ୟରେ ଶେଷ ଥର ୨୦୧୫-୧୬ ଶିକ୍ଷାବର୍ଷ ପାଇଁ ୨୦୧୫ରେ ଅଧ୍ୟକ୍ଷ ନିଯୁକ୍ତି କରାଯାଇଥିଲା। ୨୦୧୬ ପରଠାରୁ ଏଯାବତ୍‌ ଜଣେ ହେଲେ ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇନି। ବାରମ୍ବାର ଏହି ପ୍ରସଙ୍ଗକୁ ନେଇ କୁଳପତି ସମ୍ମିଳନୀ, ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ଆଳରେ ଆଲୋଚନା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି।
ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଶିକ୍ଷାଦାନ ଏବଂ ଉନ୍ନୟନ କାମ ବାଧାପ୍ରାପ୍ତ ହେଉଛି। ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ କରାଯିବା ଦ୍ବାରା ସେମାନେ ଠିକ୍‌ ସମୟରେ ବିଦ୍ୟାର୍ଥୀଙ୍କୁ ପାଠପଢାଇ ପାରୁନାହାନ୍ତି। ତାଙ୍କ ହାତରେ ସୀମିତ କ୍ଷମତା ଥିବାରୁ ବହୁ କାମ ଅଟକି ରହୁଛି। ପରୀକ୍ଷା ଆୟୋଜକ ଏବଂ ଫଳ ପ୍ରକାଶ ଭଳି ବହୁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଭତ୍ତା ବ୍ୟବସ୍ଥା ଥିଲେ ମଧ୍ୟ ତାହା ପାଇ ପାରୁନାହାନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ। କିଛି ଦିନ ପୂର୍ବେ ୭୦ ଅଧ୍ୟାପକଙ୍କୁ ପ୍ରଫେସର ପଦକୁ ପଦୋନ୍ନତି ଦିଆଯାଇଥିଲା। ଏହି ପ୍ରଫେସରଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯିବ ବୋଲି ଆଶା କରାଯାଉଥିଲା, ତେବେ ଏହା ମଧ୍ୟ ସମ୍ଭବ ହୋଇପାରିନି। କେବେ ସବୁ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବ ଓ ଅଧ୍ୟକ୍ଷ ନିଯୁକ୍ତି ପାଇଁ ମାପଦଣ୍ଡ ପ୍ରକାଶ ପାଇବ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories