www.samajalive.in
Friday, December 12, 2025
14.1 C
Bhubaneswar

ନିଲାମ ହେବ ବ୍ରାଡମ୍ୟାନଙ୍କ ଐତିହାସିକ ବ୍ୟାଟ୍‌

ମେଲବୋର୍ଣ୍ଣ  : କିମ୍ବଦନ୍ତୀ କ୍ରିକେଟର ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ଐତିହାସିକ ବ୍ୟାଟ୍‌ ନିଲାମ ହେବ। ୧୯୩୪ ଆସେସ ସିରିଜ୍‌ରେ ତ୍ରିଶତକ ହାସଲ କରିଥିବା ବ୍ରାଡମ୍ୟାନଙ୍କ ଉକ୍ତ ବ୍ୟାଟ୍‌ ନିଲାମ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ବ୍ରାଡମ୍ୟାନ ଉକ୍ତ ବ୍ୟାଟ୍‌ରେ ବିଲ ପାନସ୍‌ଫୋର୍ଡଙ୍କ ସହ ସର୍ବାଧିକ ଟେଷ୍ଟ ଭାଗିଦାରୀ ୪୫୧ରନ କରିଥିଲ। ଉକ୍ତ ବ୍ୟାଟ୍‌ ୧୯୯୯ ମସିହାରୁ ନ୍ୟୁ ସାଉଥୱେଲ୍ସ ସର୍ଦନ ହାଇଲ୍ୟାଣ୍ଡ ବାରୱେଲସ୍ଥ ବ୍ରାଡମ୍ୟାନ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଛି। ବ୍ରାଡମ୍ୟାନ ଉକ୍ତ ବ୍ୟାଟରେ ୫ଟି ଆସେସ ଟେଷ୍ଟ ମ୍ୟାଚ ଖେଳି ୭୫୮ରନ କରିଥିଲେ।
ଉକ୍ତ ବ୍ୟାଟ୍‌ରେ ୩୦୪ରନ ସର୍ବାଧିକ ସ୍କୋର ରହିଥିଲା। ସଂଗ୍ରହାଳୟର କାର୍ଯ୍ୟନିର୍ବାହୀ ନିର୍ଦେଶକ ରିନା ହେର୍‌ କହିଛନ୍ତି ଯେ, ସାର ବ୍ରାଡ୍‌ମ୍ୟାନଙ୍କ ଉକ୍ତ ବ୍ୟାଟ୍‌ରେ ନିଜର ସ୍ବକ୍ଷର ରହିଛି। ୨୦୧୮ରେ ଏକ ବ୍ୟାଟ୍‌ ବ୍ରାଡମ୍ୟାନଙ୍କ ନିଲାମ ହୋଇଥିଲା। ଏବେ ଉକ୍ତ ଐତିହାସିକ ବ୍ୟାଟକୁ ନିଲାମ କରାଯିବା ନେଇ ସଂଗ୍ରହାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ରିନା କହିଛନ୍ତି। ସୂଚନାଯୋଗ୍ୟ, କିମ୍ବଦନ୍ତୀ କ୍ରିକେଟର ସ୍ବର୍ଗତ ସାର ଡନ୍‌ ବ୍ରାଡ୍‌ମ୍ୟାନ ୫୨ଟି ଟେଷ୍ଟ ମ୍ୟାଚ ଖେଳି ୯୯.୯୪ ପ୍ରତିଶତ ହାରରେ ୬୯୯୬ରନ କରିଥିଲେ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories