www.samajalive.in
Friday, December 12, 2025
14.1 C
Bhubaneswar

ଦୁର୍ଘଟଣାର ସମ୍ଭାବ୍ୟ କାରଣ

ଜେନେରାଲ ବିପିନ୍‌ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହାର ଅନେକ ସମ୍ଭାବ୍ୟ ଦିଗ ସାମ୍ନାକୁ ଆସୁଛି। ଦୁର୍ଘଟଣା ଘଟିଥିବା ସ୍ଥାନ କଟ୍ଟେରି ଗ୍ରାମର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ହେଲିକପ୍ଟରଟି ଏକ ଗଛରେ ଧକ୍କା ଖାଇବା ପରେ ବିରାଟ ଶବ୍ଦ କରି ବିସ୍ଫୋରିତ ହୋଇଥିଲା ଓ ଅଗ୍ନିପିଣ୍ଡୁଳା ଭଳି ତଳକୁ ଖସିଥିଲା। ଯାତ୍ରୀମାନେ ବିଛାଡ଼ି ହୋଇ ଖସି ପଡ଼ିଥିଲେ। ବିଶେଷଜ୍ଞଙ୍କ କହିବାନୁସାରେ ଏଭଳି ହେଲିକପ୍ଟର ଦୁର୍ଘଟଣାର ବିଶେଷ ଭାବେ ତିନିଟି କାରଣ ଥାଏ। ତାହା ହେଉଛି ପ୍ରତିକୂଳ ପାଣିପାଗ ଓ ଯାନ୍ତ୍ରିକ ତ୍ରୁଟି କିମ୍ବା କୌଣସି ସାମଗ୍ରୀ ସହ ଧକ୍କା। ପ୍ରତ୍ୟକ୍ଷଦର୍ଶୀଙ୍କ ବର୍ଣ୍ଣନା ଯଦି ସତ୍ୟ ହୋଇଥାଏ; ତେବେ ଗଛରେ ପିଟିହେବା ଯୋଗୁଁ ହିଁ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା। ଯେ କୌଣସି ପ୍ରତିକୂଳ ପାଗ ଓ ଭୌଗୋଳିକ ସ୍ଥିତିରେ ଉଡ଼ିବା ଦକ୍ଷତା ରଖିଥିବା ଏହି ହେଲିକପ୍ଟର ପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗ୍ରହଣଯୋଗ୍ୟ ହୋଇ ନ ପାରେ ବୋଲି କୁହାଯାଉଛି। ଏହା ସତ୍ତ୍ବେ ଉଚ୍ଚ ଆକାଶରେ ଉଡ଼ିବାବେଳେ ଶୀତ ଋତୁର ଘନ କୁହୁଡ଼ିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଏହାର ପୂର୍ବତନ ବୈମାନିକ ଅମିତାଭ ରଞ୍ଜନ ମତ ବ୍ୟକ୍ତ କରିଛନ୍ତି।
ଦ୍ବିତୀୟତଃ ହେଲିକପ୍ଟର ଏକ ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଏହା ହୁଏତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥାଇପାରେ। ଗଛ କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି। ଏଥିରେ ଧକ୍କାଖାଇ ଏହା ବିସ୍ଫୋରିତ ହୋଇଥାଇପାରେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ହେଲିକପ୍ଟର ଦୁର୍ଘଟଣା ସମୟରେ କେତେ ଉଚ୍ଚତାରେ ଉଡ଼ୁଥିଲା। ଉକ୍ତ ସ୍ଥାନ ପାହାଡ଼ିଆ ଓ ଜଙ୍ଗଲ ପରିବେଷ୍ଟିତ ହୋଇଥିବାରୁ ଏହି କାରଣକୁ ଏଡ଼ାଇ ଦିଆଯାଇ ନ ପାରେ। ତୃତୀୟରେ ଯାନ୍ତ୍ରିକ ତ୍ରୁଟି ବିଷୟ ସନ୍ଦେହ କରାଯାଉଛି; କାରଣ ଏହି ହେଲିକପ୍ଟର ନୂଆ ନୁହେଁ। ଏହାର ବୈମାନିକ ଉପଯୁକ୍ତ ତାଲିମପ୍ରାପ୍ତ ଓ ଅତ୍ୟନ୍ତ ଦକ୍ଷ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଏକ ବଡ଼ ପ୍ରସଙ୍ଗ। ପୁନଶ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଉଡ଼ିବା ପୂର୍ବରୁ ଏହାର ଉପଯୁକ୍ତ ଯାଞ୍ଚ ହୋଇଛି କି ନାହିଁ ଦେଖିବା କଥା। ଯାନ୍ତ୍ରିକ ତ୍ରୁଟି ଥିଲେ ତଦନ୍ତରୁ ସ୍ପଷ୍ଟ ହେବ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories