www.samajalive.in
Wednesday, December 10, 2025
16.1 C
Bhubaneswar

ଭୁଜାଲିରେ ଆକ୍ରମଣ କରି ଦେଢ ଲକ୍ଷ ଟଙ୍କା ଲୁଟ

ଭଦ୍ରକ: ଭୁଜାଲିରେ ଆକ୍ରମଣ କରି ଜଣେ ମଦ ଦୋକାନୀ କର୍ମଚାରୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଛି। ଭଦ୍ରକ ଜିଲା କଚେରୀ ରୋଡରେ ମଙ୍ଗଳବାର ରାତି ପ୍ରାୟ ୧୧.୩୦ଟା ସମୟରେ ଏହି ଘଟଣା ଘଟିଛି। ମଦ ଦୋକାନୀ କର୍ମଚାରୀ ଦୀନବନ୍ଧୁ ନାୟକ ନିଜ ମଟର ସାଇକେଲ ଯୋଗେ ତାଙ୍କ ଘର ଡଗମୁଣ୍ଡାକୁ ଆସୁଥିଲେ। ଏହି ସମୟରେ ଦୁବୁର୍ତ୍ତମାନେ ତାଙ୍କ ଗାଡି ଅଟକାଇ ଭୁଜାଲି‌ରେ ଆକ୍ରମଣ କରିଥିଲେ। ଦୁବୁର୍ତ୍ତମାନେ ତାଙ୍କ ଠାରୁ ଟଙ୍କା ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଦୀନବନ୍ଧୁଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories