www.samajalive.in
Sunday, December 7, 2025
26.1 C
Bhubaneswar

ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ଚିକେନ ଚଟପଟି

ଆବଶ୍ୟକ ସାମଗ୍ରୀ
ଚିକେନ – ୬୦୦ ଗ୍ରାମ
ଘିଅ – ୧କପ
ଅଦା ରସୁଣ ବଟା – ୨ଚାମଚ
କଟା ଅଦା – ଅଳ୍ପ
କଞ୍ଚା ଲଙ୍କା – ୨ଟି
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
କଟା ପିଆଜ – ୩ଟି
ଆଲମଣ୍ଡ – ୫୦ ଗ୍ରାମ
ଦହି – ୧କପ
ଗୋଟା ଧନିଆ
ଗୋଲମରିଚ – ଅଳ୍ପ
ଲବଙ୍ଗ – ଅଳ୍ପ
ଜିରା – ଅଳ୍ପ
ଶୁଖିଲା ଲଙ୍କା – ୩ଟି
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଦହି, ହଳଦୀ ଗୁଣ୍ଡ, ଅଳ୍ପ ଲୁଣ, ଲଙ୍କା ଗୁଣ୍ଡ, ଅଦା ରସୁଣ ବଟା ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇରେ ଆଲମଣ୍ଡ, ଶୁଖିଲା ଲଙ୍କା, ଧନିଆ, ଜିରା, ଲବଙ୍ଗ, ଗୋଲମରିଚକୁ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ପେଷି ମସଲା ପ୍ରସ୍ତୁତ କରି ରଖନ୍ତୁ। ପୁଣି ଗ୍ୟାସରେ ଆଉ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି ଗରମ ଘିଅରେ ଚିକେନକୁ ପକାଇ ଭାଜନ୍ତୁ। ଚିକେନ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଗୁଣ୍ଡ କରି ରଖିଥିବା ମସଲାକୁ ପକାଇ କଷନ୍ତୁ। କଷି ହେବା ପରେ ଭାଜି ରଖିଥିବା ପିଆଜ, ଲୁଣ, ଦହି, ପକାଇ, ୧କପ ପାଣି ଦେଇ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଚଟପଟି । ଏହା ପରେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories