www.samajalive.in
Sunday, December 7, 2025
26.1 C
Bhubaneswar

ବଡ ସଫଳତା ; ଚୁଇଙ୍ଗମ୍‍ ଖାଇ ରୋକି ହୋଇପାରେ କରୋନାର ବୃଦ୍ଧି

ନୂଆଦିଲ୍ଲୀ : ଅନେକ ଦେଶରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ନୂତନ ଭାରିଆଣ୍ଟ ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭାରିଆଣ୍ଟ ଖୁବ ଦ୍ରୁତ ଗତିରେ ବ୍ୟାପିଥାଏ ବୋଲି କୁହାଯାଉଛି। ଏହାମଧ୍ୟରେ ଓମିକ୍ରନ୍ ଭାରିଆଣ୍ଟ ବ୍ରିଟେନ, ଆମେରିକା ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ବିପଦ ସୃଷ୍ଟି କରୁଛି । ଭାରତ ପାଇଁ ମଧ୍ୟ ଏହାର ଚିନ୍ତାର କାରଣ ପାଲଟିଛି। ବିଶ୍ୱର ସମସ୍ତ ବୈଜ୍ଞାନିକମାନେ କରୋନାର ଏହି ଅତ୍ୟଧିକ ସଂକ୍ରାମକ ପ୍ରକାର ବିଷୟରେ ଜାଣିବାକୁ ଚେଷ୍ଟା କରିବା ସହ ଏହାକୁ ରୋକିବା ପାଇଁ ଉପାୟ ଖୋଜିବାରେ ଚେଷ୍ଟା ଜାରି ରଖିଛନ୍ତି।
ଚୁଇଙ୍ଗମ୍ ଦ୍ୱାରା କରୋନା ହେବାର ଆଶଙ୍କା କମ୍ ହୋଇପାରିବ କି? ପ୍ରକୃତରେ, କରୋନାକୁ ରୋକିବା ପାଇଁ ଉପାୟ ଅନୁସନ୍ଧାନ କରୁଥିବା ଏକ ବିଶେଷଜ୍ଞ ଦଳ ଉଦ୍ଭିଦ ଭିତ୍ତିକ ପ୍ରୋଟିନ୍ ବ୍ୟବହାର କରି ଏକ ଚୁଇଙ୍ଗମ୍ ପ୍ରସ୍ତୁତ କରିଛନ୍ତି । ଦାବି ହେଉଛି ଯେ ଏହି ଚୁଇଙ୍ଗମ୍ ଭୂତାଣୁ (SARS-CoV-2) ବିରୁଦ୍ଧରେ ଲଢେଇରେ ସହାୟକ ହେବ। ଏହି ଚୁଇଙ୍ଗମ୍ ଚୋବାଇ କରୋନା ସଂକ୍ରମଣକୁ ରୋକାଯାଇପାରିବ ।
‘ମଲିକୁଲାର୍ ଥେରାପି ଅଫ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହି ଚୁଇଙ୍ଗମ୍ ବିଷୟରେ କହିଛନ୍ତି। ପେନ୍ ସ୍କୁଲ୍ ଅଫ୍ ଡେଣ୍ଟାଲ୍ ମେଡିସିନ୍  ପ୍ରଫେସର ହେନେରୀ ଡେନିୟଲ ଏବଂ ଆମେରିକାର ବୈଜ୍ଞାନିକମାନଙ୍କ ସହଯୋଗରେ ବିକଶିତ ହୋଇଥିବା ଏହି ଚୁଇଙ୍ଗ୍ କୋଭିଡ୍ -୧୯ ମହାମାରୀ ବିରୁଦ୍ଧରେ ଏକ ପ୍ରଭାବଶାଳୀ ଅସ୍ତ୍ର ଭାବରେ କାର୍ଯ୍ୟ କରିପାରିବ। ବୈଜ୍ଞାନିକମାନଙ୍କ ଦାବି ଅନୁଯାୟୀ,ଏହି ଚୁଇଙ୍ଗମ୍ ବ୍ୟବହାର ଦ୍ୱାରା କରୋନାର ବ୍ୟାପୁଥିବା ଭୂତାଣୁର ହ୍ରାସ କରିବାରେ ବେଶ ସହାୟକ ହେବ।
ପ୍ରଫେସର ହେନେରୀ ଡେନିୟଲ ଙ୍କ ସୂଚନା ଅନୁଯାୟୀ, ଦେଢ ବର୍ଷରୁ ଅଧିକ ସମୟ ଧରି ଏହି ଭୂତାଣୁ ଉପରେ ଚାଲିଥିବା ଅଧ୍ୟୟନରୁ ଜଣାପଡିଛି ଯେ ଲାଳ ଗ୍ରନ୍ଥିରେ ଏହି ଭୂତାଣୁ ନିଜକୁ ଅଧିକ ମାତ୍ରାରେ ବିସ୍ତାର କରିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ, କାଶ କିମ୍ବା କଥା ହେବା ସମୟରେ , ସେଥିରୁ ହିଁ ଅନ୍ୟମାନେ ସଂକ୍ରମିତ ହୋଇଥାଆନ୍ତି। ଏହି ଚୁଇଙ୍ଗମ୍ ଲାଳରେ ନିଜେ ଭୂତାଣୁକୁ ନଷ୍ଟ କରିବାର କ୍ଷମତା ରଖିଥାଏ, ଯାହା ରୋଗ ସଂକ୍ରମଣର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିବ ।
ପ୍ରଫେସର ଡାନିଏଲଙ୍କ କହିବା ଅନୁଯାୟୀ, , କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ଆମେ ପୂର୍ବରୁ ମାସ୍କ ଏବଂ ଅନ୍ୟାନ୍ୟ ପଦକ୍ଷେପ ବ୍ୟବହାର କରୁଛୁ । ଏହି ଯୁଦ୍ଧରେ ଏହି ଚୁଇଙ୍ଗମ୍ ଆଉ ଏକ ପଦକ୍ଷେପ ଭାବରେ ବ୍ୟବହୃତ ହୋଇପାରେ । ଯଦିଓ ଏହି ଗବେଷଣା ଏହାର ପ୍ରାରମ୍ଭିକ ପର୍ୟ୍ୟାୟରେ ଅଛି, ଚିକିତ୍ସାକ୍ଷେତ୍ରରେ ପରୀକ୍ଷା କରାଯାଇ ଏହା ପ୍ରମାଣ କରେ ଚୁଇଙ୍ଗମ୍ ସୁରକ୍ଷିତ ଅଟେ। ଏହା ରୋଗୀଙ୍କୁ ଦିଆଯାଇପାରେ ଯାହାର ସଂକ୍ରମଣ ସ୍ଥିତି ଅଜଣା ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories