www.samajalive.in
Monday, December 15, 2025
27.1 C
Bhubaneswar

ଗୁରୁପ୍ରଣାମ ମହୋତ୍ସବରେ ୩ ପ୍ରତିଭାଙ୍କୁ ମିଳିବ ଗୁରୁପ୍ରଣାମ ସମ୍ମାନ

ଭୁବନେଶ୍ୱର: ଆସନ୍ତା ୨୦୨୨ ଜାନୁୟାରୀ ୬ ତାରିଖ ବୁଦ୍ଧମନ୍ଦିରଠାରେ ଗୁରୁପ୍ରଣାମ ମହୋତ୍ସବ ଅନୁଷ୍ଠିତ ହେବ ଏବଂ ଏଥିରେ ୩ଜଣ ପ୍ରତିଭାଙ୍କୁ ଗୁରୁପ୍ରଣାମ ସମ୍ମାନ କରାଯିବ ବୋଲି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପ୍ରକାଶ କରିଛନ୍ତି।
ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ବିଶିଷ୍ଟ ଶିକ୍ଷା ସଂଗଠକ ତଥା ରୋଟାରୀ ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି, ବିଶିଷ୍ଟ ପାଲାଚାର୍ଯ୍ୟ, ଯୁବ ଗାୟକ ନୃସିଂହ ଚରଣ ହୋତା ଓ କବୟତ୍ରୀ ନମିତା କୁମାରୀ ପଣ୍ଡାଙ୍କୁ ଶିକ୍ଷା, ସାହିତ୍ୟ, ଭାଷା ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁଙ୍କୁ ଗୁରୁପ୍ରଣାମ ସମ୍ମାନ ପ୍ରଦାନ କରାଯିବ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।

ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨୨ ବର୍ଷ ପାଇଁ ଏହି ନାମଗୁଡ଼ିକ ସୁପାରିଶ କରିଛନ୍ତି। ଏହି କମିଟିରେ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥି, ଡ. ବୁଦ୍ଧଦେବ ମିଶ୍ର, ଡ. ସୌରେନ୍ଦ୍ର ମହାପାତ୍ର ଓ ସୀତାବଲ୍ଲଭ ମହାପାତ୍ର ସଦସ୍ୟ ରହିଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories