ଜାଣନ୍ତୁ କିଏ ଏହି ଲାଫିଙ୍ଗ୍‍ ବୁଦ୍ଧ : ରଖିବାର ସଠିକ୍‍ ସ୍ଥାନ ଓ ନିୟମ

0

ସାଧାରଣତଃ ଲୋକେ ଘରେ କିମ୍ବା କାର୍ଯ୍ୟାଳୟରେ ଲାଫିଙ୍ଗ୍‍ ବୁଦ୍ଧ ରଖିଥିବାର ଦେଖାଯାଏ। ଚୀନ୍‍ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବା ଦୋକାନରେ ଲାଫିଙ୍ଗ୍‍ ବୁଦ୍ଧ ରଖିବା ଦ୍ୱାରା ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି ବାସ୍ତବରେ ଏହି ଲାଫିଙ୍ଗ୍‍ ବୁଦ୍ଧ କିଏ? ତେବେ ଚାଲନ୍ତୁ ଜାଣିବା କିଏ ଏହି ଲାଫିଙ୍ଗ୍‍ ବୁଦ୍ଧ ଓ ଏହାକୁ ରଖିବାର ସଠିକ୍‍ ଉପାୟ –

ଭଗବାନ ବୁଦ୍ଧଙ୍କର ଶିଷ୍ୟ ଲାଫିଙ୍ଗ୍‍ ବୁଦ୍ଧ :

ଭାରତ ବ୍ୟତୀତ ଚୀନ୍‍ ଓ ଜାପାନ୍‍ରେ ଭଗବାନ ବୁଦ୍ଧଙ୍କର ବହୁତ ଶିଷ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ହୋତେଇ। ବିଶ୍ୱାସ ରହିଛି ଯେତେବେଳେ ହୋତେଇ ବୌଦ୍ଧ ଧର୍ମ ସ୍ୱୀକାର କଲେ ଓ ତାଙ୍କୁ ଆତ୍ମଜ୍ଞାନ ପ୍ରାପ୍ତ ହେଲା, ସେତେବେଳେ ସେ ଖୁବ୍‍ ଜୋର୍‍ରେ ହସିବାକୁ ଲାଗିଲେ। ତାଙ୍କର ଏହି ହସ ମାଧ୍ୟମରେ ସେ ଲୋକଙ୍କୁ ହସିବା ଓ ସୁଖୀ ରହିବାର ଶିକ୍ଷା ଦେବାକୁ ଲାଗିଲେ। ସେ ଜୁଆଡ଼େ ବି ଯାଉଥିଲେ ସେଠାରେ ଲୋକଙ୍କୁ ହସାଉଥିଲେ। ଏହି କାରଣରୁ ଜାପାନର ଲୋକେ ତାଙ୍କୁ ହସୁଥିବା ବୁଦ୍ଧ ବା ଲାଫିଙ୍ଗ୍‍ ବୁଦ୍ଧ କହିବାକୁ ଲାଗିଲେ। ଧିରେ ଧିରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା ଓ ସାରା ଦୁନିଆର କୋଟି କୋଟି ଲୋକ ତାଙ୍କୁ ମାନିବାକୁ ଲାଗିଲେ।
ଚୀନ୍‍ର ମାନ୍ୟତା ଅନୁସାରେ ଲାଫିଙ୍ଗ୍‍ ବୁଦ୍ଧ ଚୀନ୍‍ ର ଦେବତା। ସେଠାକାର ଲୋକେ ତାଙ୍କୁ ପୁତାଇ ନାମରେ ଜାଣନ୍ତି। ସେ ଜଣେ ବୌଦ୍ଧ ଧର୍ମୀ ଭିକ୍ଷୁକ ଥିଲେ ଓ ତାଙ୍କୁ ମଜା, ମସ୍ତି ବହୁତ ପସନ୍ଦ ଥିଲା। ସେ ଯେଉଁ ସ୍ଥାନକୁ ଯାଉଥିଲେ ସେଠାକାର ଲୋକଙ୍କୁ ନିଜ ପୃଥୁଳକାୟ ଗୋଲ୍‍ ଗାଲ୍‍ ଶୀରୀର ଦେଖାଇ ଖୁବ୍‍ ହସାଉଥିଲେ। ସେହିଦିନ ଠାରୁ ଲୋକମାନେ ତାଙ୍କୁ ଦେବତା ଭଳି ମାନିବାକୁ ଲାଗିଲେ ଓ ତାଙ୍କ ମୂର୍ତ୍ତିକୁ ମଧ୍ୟ ଘରେ ରଖିବାକୁ ଲାଗିଲେ।

ଲାଫିଙ୍ଗ୍‍ ବୁଦ୍ଧଙ୍କ ମୂର୍ତ୍ତି ରଖିବାର ସଠିକ୍‍ ସ୍ଥାନ ଓ ଉପାୟ :

– ଲାଫିଙ୍ଗ୍‍ ବୁଦ୍ଧଙ୍କ ମୂର୍ତ୍ତି ଭୁଲ୍‍ରେ ବି ମୁଖ୍ୟ ଦ୍ୱାର ଆଗରେ ରଖନ୍ତୁ ନାହିଁ।
– ଏହି ମୂର୍ତ୍ତିକୁ ଘରେ କିମ୍ବା କାର୍ଯ୍ୟାଳୟରେ ରଖିବା ସମୟରେ ସଠିକ୍‍ ସ୍ଥାନ ଚୟନ କରନ୍ତୁ।

– ଲାଫିଙ୍ଗ୍‍ ବୁଦ୍ଧଙ୍କ ମୂର୍ତ୍ତିକୁ ପୂର୍ବ ଦିଗରେ ରଖନ୍ତୁ ଯେଉଁଥିରେ ସେ ତାଙ୍କ ଦୁଇ ହାତ ଉଠାଇ ହସୁଥିବେ।
– ଏହାକୁ ଘରେ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଦ୍ୱାରା ଏହି ଦିଗର ସକରାତ୍ମକ ଶକ୍ତି ବଢିଥାଏ, ଯାହା ଧନ ଓ ସୁଖକୁ ଆକର୍ଷିତ କରିଥାଏ। ଆମଦାନୀ ମଧ୍ୟ ବୃଦ୍ଧି ପାଇଥାଏ।
– ଆପଣଙ୍କ ଉପରେ କେହି ଯାଦୁବିଦ୍ୟାର ପ୍ରୟୋଗ କରୁଥିଲେ କିମ୍ବା କାହାର ଖରାପ ନଜର ଆପଣଙ୍କ ଘର ସଦସ୍ୟଙ୍କ ଉପରେ ପଡ଼ୁଥିଲେ ଡ୍ରାଗନ୍‍ ଉପରେ ବସିଥିବା ଦିବ୍ୟ ଶକ୍ତିର ସ୍ୱାମୀ ଲାଫିଙ୍ଗ୍‍ ବୁଦ୍ଧଙ୍କୁ ନିଜ ଘରେ ରଖନ୍ତୁ।
– ଧନର ପୁଟୁଳି ନିଜ କାନ୍ଧରେ ଟାଙ୍ଗିଥିବା ଲାଫିଙ୍ଗ୍‍ ବୁଦ୍ଧ ସମସ୍ତ ଘର ଓ କାର୍ଯ୍ୟାଳୟ ପାଇଁ ଶୁଭ ହୋଇଥାଆନ୍ତି।

Leave A Reply