www.samajalive.in
Sunday, December 14, 2025
17.1 C
Bhubaneswar

୨୨ରୁ ଛୁଟିରେ ଯିବେ ୫୦ ହଜାର ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ବଜେଟ୍‌ ଅଧିବେଶନ ଯେତିକି ପାଖେଇ ଆସୁଛି ତାକୁ ନେଇ ସରକାରଙ୍କୁ ଘେରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି। ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ହେଁ ତାହା ପୂରଣ ହେଉ ନଥିବାରୁ ୨୦ରୁ ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କୁ ଘେରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଇତିମଧ୍ୟରେ ଶିକ୍ଷା ସହାୟକ ସଂଘ ଆନ୍ଦୋଳନ କରି ୪ଟି ଦାବି ପୂରଣ କରିଥିବାବେଳେ ଓଷ୍ଟା ଓ ମିଳିତ ମଞ୍ଚର ଦାବି ଜାରି ରହିଛି। ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ତୀବ୍ର କରିବ ବୋଲି ସଭାପତି ବ୍ରହ୍ମାନନ୍ଦ ମହାରଣା ଚେତାବନୀ ଦେଇଛନ୍ତି। ଶ୍ରୀ ମହାରଣା କହିଛନ୍ତି ଯେ ତିନୋଟି ପର୍ୟ୍ୟାରେ ହେବାକୁ ଥିବା ଆନ୍ଦୋଳନ ଆସନ୍ତାକାଲିଠାରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ କରାଯିବ। ଯଦି ସରକାର ଦୃଷ୍ଟି ନଦେଲେ ୨୨ରୁ ୫୦ହଜାର ଶିକ୍ଷକ ସମୂହ ଛୁଟି ନେବେ। ନିଗମ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମବେତନ କମିଶନ ଲାଗୁ କରୁଥିବାବେଳେ ଶିକ୍ଷକମାନଙ୍କ ପ୍ରତି ସରକାର କାହିଁକି କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ତାହା ବୁଝାପଡୁନାହିଁ। ଯଦି ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ମୂଳଦରମା ୫୨୦୦ଟଙ୍କା ସହିତ ୨୮୦୦ଗ୍ରେଡ ପେ ପ୍ରଦାନ ଏବଂ ସଂଶୋଧିତ ହାରରେ ସପ୍ତମ ବେତନ କମିଶନ ଲାଗୁ ସହିତ ୬ବର୍ଷ ପର୍ୟ୍ୟନ୍ତ ଗୋଟିଏ ଲେଖାଏଁ ଇନ୍‌କ୍ରିମେଣ୍ଟ ପ୍ରଦାନ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ। ଏହାସହିତ ସଂଘ ପକ୍ଷରୁ ଶିକ୍ଷକ, କିରାଣି ଓ ପିଅନ ପଦ ତୁରନ୍ତ ପୂରଣ କରିବାପାଇଁ ମଧ୍ୟ ଦାବି କରାଯିବ। ଏନେଇ ଆଜି ଅନୁଷ୍ଠିତ ବୈଠକରେ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ଚକାନନ୍ଦ କମ୍ପ, ନିରୋଜ ମହାପାତ୍ର, ସୁରେନ୍ଦ୍ର କୁମାର ରାଉତ, ବିଭୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories