www.samajalive.in
Sunday, December 14, 2025
19.1 C
Bhubaneswar

ପେଙ୍ଗ ଶୁଆଇଙ୍କ ପ୍ରତି ଦୁର୍ବ୍ୟବହାରର ପ୍ରତିବାଦ: ଚୀନରେ ସମସ୍ତ ମ୍ୟାଚ ସ୍ଥଗିତ ରଖିଲା ବିଶ୍ୱ ଟେନିସ ଆସୋସିଏସନ

ନୂଆଦିଲ୍ଲୀ: ଚୀନର ଅନ୍ୟତମ ତାରକା ଟେନିସ ଖେଳାଳି ପେଙ୍ଗ ଶୁଆଇଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ଘଟଣାର ପ୍ରତିବାଦରେ ବିଶ୍ୱ ଟେନିସ ଆସୋସିଏସନ ଚୀନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛି । ଚୀନରେ ଏହା ସମସ୍ତ ଟେନିସ ମ୍ୟାଚ ଆୟୋଜନକୁ ସ୍ଥଗିତ ରଖିଛି । ପେଙ୍ଗ ଶୁଆଇ ତାଙ୍କ ପ୍ରତି ଚୀନର ଉପ ପ୍ରଧାନମନ୍ତ୍ରୀ ଯୌନ ଉତ୍ପୀଡନ ଦେଉଥିବା ଅଭିଯୋଗ କରିଥିଲେ । ଏହାକୁ ବିଶ୍ୱ ଟେନିସ ଆସୋସିଏସନ ଗମ୍ଭୀରତାର ସହିତ ଗ୍ରହଣ କରି ଏଭଳି ନିଷ୍ପତ୍ତି ନେଇଛି । ଆସୋସିଏସନର ଏଭଳି ନିଷ୍ପତ୍ତିକୁ ବିଶ୍ୱର ବହୁ ସାଂପ୍ରତିକ ଓ ପୂର୍ବତନ ବିଶିଷ୍ଟ ଟେନିସ ଖେଳାଳି ଦୃଢ ସମର୍ଥନ କରିଛନ୍ତି । ସୂଚନାଯୋଗ୍ୟ ଯେ ପେଙ୍ଗ ଶୁଆଇ ବିଶ୍ୱ ଟେନିସ ଡବଲସ ଚମ୍ପିଆନ ହେବା ସହିତ ସେ ରିଓ ଏବଂ ଲଣ୍ଡନ ଅଲିମ୍ପିକ୍ସରେ ଚୀନର ପ୍ରତିନିଧିତ୍ୱ କରିଛନ୍ତି ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories