ଫୋନ୍‌ରେ ଜୋରରେ ଗପିବାରୁ  ସହକର୍ମୀଙ୍କୁ ହତ୍ୟା କଲେ ପ୍ରବାସୀ ଭାରତୀୟ

0

ଆବୁଧାବି . – ଫୋନ୍‌ରେ ଜୋର୍‌ରେ ଗପିବାରୁ  ସହକର୍ମୀଙ୍କୁ ଜଣେ ପ୍ରବାସୀ ଭାରତୀୟ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସଂଯୁକ୍ତ ଆରବ ଏମିରଟ୍‌ରେ ଘଟିଛି ।

ହତ୍ୟା ଅଭିଯୁକ୍ତ ଓ ମୃତକ ଏକ ନିର୍ମାଣକାରୀ ସଂସ୍ଥା ପାଇଁ କାମ କରୁଥିଲେ । ମୃତକ ଜଣଙ୍କର ଫୋନ୍‌ରେ ଜୋରରେ କଥାବାର୍ତ୍ତା  ହେବାରୁ ଦୁଇଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଅଭିଯୁକ୍ତ ଏକ ଛୁରି ଆଣି ଭୁଷି ଦେଇଥିଲେ । ପରେ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେଠାରେ ଚାଳକ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ପୁଲିସକୁ ଫୋନ୍‌ କରି ଏ ବିଷୟରେ ଜଣାଇଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

ସିସିଟିଭି କ୍ୟାମେରାରରେ ଏହି ହତ୍ୟାକାଣ୍ଡର ଦୃଶ୍ୟ କଏଦ ହୋଇଛି ।

Leave A Reply