www.samajalive.in
Sunday, December 7, 2025
23.1 C
Bhubaneswar

ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ/ଧାମନଗର : ସାମାଜିକ ଗଣମାଧ୍ୟମରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଗଣ୍ଡଗୋଳର ପରବର୍ତ୍ତୀ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସତ୍ତ୍ବେ କଟକଣା ହଟିନି। ଭଦ୍ରକ ସହରର ପୁରୁଣା ବଜାର ଥାନା ସମେତ ଧାମନଗର ଏବଂ ଦୋବଲ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି। ଜିଲାରେ ଇଣ୍ଟରନେଟ ସେବା ଆଉ ୪୮ ଘଣ୍ଟା ବନ୍ଦ ରହିବ ବୋଲି କୁହାଯାଇଛି। ଶୁକ୍ରବାର ଅପରାହ୍ଣରେ ସଂଗଠିତ ଗଣ୍ଡଗୋଳ ପରଠାରୁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ। ଏହା ପ୍ରଶାସନକୁ ଆଶ୍ବସ୍ତ କରିଥିଲେ ବି କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନ କରିବା ପାଇଁ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି। ଶନିବାର ସୁଦ୍ଧା ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କ ସମେତ ଅନ୍ୟ ୭ ଜଣ ଗଣ୍ଡଗୋଳକାରୀଙ୍କୁ ପୁରୁଣା ବଜାର ପୁଲିସ ଗିରଫ କରିଥିଲା। ରବିବାର ସ୍ଥିତି ଅନୁଧ୍ୟାନ ପାଇଁ ପୁଲିସ ଆଇଜି ଡ. ସତ୍ୟଜିତ ନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲୀ ଏବଂ ଜିଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଧାମନଗର ଓ ଦୋବଲର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲିଛନ୍ତି। ତେବେ ଯେଉଁମାନେ ଥାନା ଘେରାଉ, ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଇଜି ସୂଚନା ଦେଇଛନ୍ତି। ପୁଲିସ ଏ ସଂକ୍ରାନ୍ତରେ ଧାମନଗର ଅଞ୍ଚଳରୁ ଆଉ ୭ ଜଣଙ୍କୁ ଗିରଫ କରିଛି। ଗିରଫ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି। ଅନ୍ୟ ପକ୍ଷରେ ରବିବାର ପୁଲିସ ଓ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଫ୍ଲାଗ ମାର୍ଚ୍ଚରେ ଜିଲା ଆରକ୍ଷୀ ଅଧୀକ୍ଷକ, ଜିଲାପାଳ ଓ ଆଇଜି ମଧ୍ୟ ସାମିଲ ହୋଇଥିଲେ। ‘ସ୍ଥିତି ନିୟନ୍ତ୍ରଣାଧୀନ ଅଛି, ପ୍ରଶାସନ ସଜାଗ ଅଛି, କେହି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ’ ବୋଲି ଜିଲାପାଳ ଦିଲ୍ଲୀପ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି। ସେହିପରି ଆଗାମୀ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଇଣ୍ଟରନେଟ ସେବା ଲିଜ୍‌ଡ ଲାଇନରେ ଉପଲବ୍ଧ ରହିବ ବୋଲି ସୂଚନା ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories