www.samajalive.in
Wednesday, December 10, 2025
16.1 C
Bhubaneswar

ମାଟିତଳୁ ମିଳିଲା ୮୦୦ ବର୍ଷ ପୁରୁଣା ମମ୍ମି; ସମୁଦାୟ ଶରୀର ଦଉଡିରେ ବନ୍ଧାଯାଇଛି

ଲିମା: ପେରୁର କେନ୍ଦ୍ରୀୟ ଉପକୂଳ ଅଞ୍ଚଳରେ ନିକଟରେ ପ୍ରନôତତ୍ୱବିଦମାନେ ମାଟିତଳୁ ଏକ ମମ୍ମିକୁ ଖୋଳି ବାହାର କରିଛନ୍ତି । ଏହା ଅନୂ୍ୟନ ୮୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଉଛି । ଉକ୍ତ ବ୍ୟକ୍ତି ପୁରୁଷ ଅଥବା ମହିଳା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉକ୍ତ ମମ୍ମି ନିକଟରୁ ସେରାମିକ, ପନିପରିବାର ଅବଶେଷ ଏବଂ ପଥର ତିଆରି କିଛି ଉପକରଣ ମଧ୍ୟ ମିଳିଛି । ଏକ ରିପୋର୍ଟ ଅନୁଯାୟୀ ପେରୁର ଉପକୂଳ ଏବଂ ପାର୍ବତ୍ୟାଞ୍ଚଳ ମଧ୍ୟବର୍ତ୍ତୀ ସ୍ଥାନରେ ବିକଶିତ ଏକ ସଂସ୍କୃତି ସମୟର ଉକ୍ତ ବ୍ୟକ୍ତି ବୋଲି ଅନୁମାନ କରାଯାଉଛି । ପ୍ରନôତତ୍ତ୍ୱବିଦ କହିଛନ୍ତି, ମମ୍ମିର ସମ୍ପୂର୍ଣ୍ଣ ଶରୀରକୁ ଦଉଡିରେ ବାନ୍ଧି ଦିଆଯାଇଥିଲା ଏବଂ ତାହାର ହାତ ଦୁଇଟି ମୁହଁକୁ ଘୋଡାଇ ରଖିଥିଲା । ସେହି ସମୟରେ ଉକ୍ତ ଅଞ୍ଚଳରେ ମୃତ ଲୋକଙ୍କର ଏହିଭଳି ଅନ୍ତିମ ସଂସ୍କାର କରାଯାଉଥିବା ପ୍ରନôତତ୍ତ୍ୱବିଦମାନେ ଅନୁମାନ କରିଛନ୍ତି । ସାନ ମାର୍କୋସ ଷ୍ଟେଟ ୟୁନିଭରସିଟିର ଭାନ୍‌ ଡାଲେନ ଲୁନା କହିଛନ୍ତି, ଏହି ବ୍ୟକ୍ତିଜଣକ ସମ୍ଭବତଃ ପେରୁରୁ ଉଚ୍ଚ ଆଣ୍ଡିଜ ପର୍ବତମାଳା ଅଞ୍ଚଳରେ ବାସ କରୁଥିଲେ । ରେଡିଓକାର୍ବନ ଡେଟିଂରୁ ସେ ଜୀବିତ ଥିବା ସଠିକ ସମୟ ଜଣାପଡିବ ।
ଉଲ୍ଲେଖଯୋଗ୍ୟ ଯେ ପେରୁରେ ଦେଶବ୍ୟାପୀ ଶତାଧିକ ପନôତାତ୍ୱିକ ସ୍ଥଳ ରହିଛି । ସେହି ସ୍ଥଳଗୁଡିକ ଇନକା ସାମ୍ରାଜ୍ୟ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ବିକଶିତ ସଂସ୍କୃତି ସହିତ ସଂଯୁକ୍ତ ଥିବା କୁହାଯାଉଛି । ଚଳିତ ବର୍ଷ ପ୍ରାରମ୍ଭରେ ବୈଜ୍ଞାନିକମାନେ ପ୍ରାୟ ୨୪୦୦ ବର୍ଷ ପୁରାତନ ଏକ ମମ୍ମି ସମ୍ପର୍କରେ ପୁନଃ ଗବେଷଣା କରିବା ପରେ ଜଣାପଡିଥିଲା ଯେ ଉକ୍ତ ମମ୍ମିର ପାକସ୍ଥଳିରେ ଉକ୍ତ ବ୍ୟକ୍ତି ଖାଇବା ଖାଦ୍ୟରୁ ହଜମ ହୋଇନଥିବା ଅଂଶ ମଧ୍ୟ ରହିଛି । ଏହା ସେ ସମୟର ଲୋକଙ୍କର ଖାଦ୍ୟପେୟ ଓ ଜୀବନ ଶୈଳୀ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବ ବୋଲି ଗବେଷକମାନେ କହିଛନ୍ତି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories