www.samajalive.in
Monday, December 8, 2025
24.1 C
Bhubaneswar

ଓମିକ୍ରନ ପାଇଁ ବୈଠକ ; ଭାରିଆଣ୍ଟରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ୬ ଉପାୟ

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବିପଦକୁ ନଜରରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ କରାଯାଉଛି। ଏହାମଧ୍ୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀଙ୍କ ସହିତ ବୈଠକ କରି ଏହି ନୂଆ ଭାରିଆଣ୍ଟରୁ ରକ୍ଷା ପାଇବା ପାଇଁ କିଛି ନିୟମ ପ୍ରସ୍ତୁତ କରିଛନ୍ତି।
ଏହି ବୈଠକରେ ସେ ସମସ୍ତ ରାଜ୍ୟର ଛଅସୂତ୍ର ବିଶିଷ୍ଟ ଉପାୟ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ଗୁଡିକ ଏହି ଉପାୟ ଗୁଡିକ ପାଳନ କରିବା ଦ୍ୱାରା ଓମିକ୍ରନ ଭାରିଆଣ୍ଟ ବିଷୟରେ ଖୁବ ଶୀଘ୍ର ଜଣାପଡିବା ସହ ଏହାକୁ ସାମ୍ନା କରିବାକୁ ମଧ୍ୟ ସୁବିଧା ହେବ ବୋଲି ସେ କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଯାଞ୍ଚର ପ୍ରକ୍ରିୟା ସଠିକ ରଖନ୍ତୁ। ଏହାଦ୍ୱାରା ସଠିକ ସମୟରେ ସମୟରେ ସଂକ୍ରମିତ ଚିହ୍ନଟ ସହ ବ୍ୟବସ୍ଥା କରାଯାଇପାରିବ।
ଆବଦ୍ଧଅଞ୍ଚଳ ଗୁଡିକୁ ସଠିକ ଭାବେ ପ୍ରସ୍ତୁତ କରିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ପ୍ରତ୍ୟେକ ସ୍ଥାନରେ ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ହଟସ୍ପଟ ସ୍ଥାନ ଗୁଡିକୁ ଯାଞ୍ଚ ସହ ନଜର ରଖିବାକୁ କୁହାଯାଇଛି।
ଟିକାକରଣ ନିଶ୍ଚୟ କରାନ୍ତୁ।
ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜଭୂତ କରିବା ନିତ୍ୟାନ୍ତ ଆବଶ୍ୟକ।
ଆରଟିପିସିଆର ଓ ରେଟ ପରୀକ୍ଷା ଦ୍ୱାରା ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ।
ଓମିକ୍ରନ ଭାରିଆଣ୍ଟ ଆରଟିପିସିଆର ଓ ରେଟ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇପାରିବ।
ସଙ୍ଗରୋଧକୁ ଅଧିକରୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି।
୨୮ ନଭେମ୍ବରକୁ ସମସ୍ତ ରାଜ୍ୟକୁ ଦିଆଯାଇଥିବା ପରାମର୍ଶ ଅନୁଯାୟୀ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିନୋମ ସିକ୍ୱେନସିଂ ପାଇଁ ନମୁନାର ଯାଞ୍ଚ ଶୀଘ୍ର ରୁ ଅତି ଶୀଘ୍ର ସହ କୋଭିଡ ନିୟମାବଳୀକୁ କଠୋର ଭାବେ ଲାଗୁ କରାଯିବ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories