www.samajalive.in
Tuesday, December 9, 2025
15.1 C
Bhubaneswar

ଅତାବିରା ଥାନା ରେ ରକ୍ତଦାନ ଶିବିର ; ୭୯ ୟୁନିଟ ରକ୍ତ ସଂଗ୍ରହ

ରେଙ୍ଗାଲିକେମ୍ପ :  ଅତାବିରା ଥାନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଦିଲିପ୍ ବେହେରାଙ୍କ ତତ୍ବାବଧାନରେ “ରକ୍ତଦାନ” ଶିବିର ଅନୁଷ୍ଠିତ ହୋଇଛି । ଗତକାଲି  ଏହି ଶିବିରକୁ ଇନ୍ସପେକ୍ଟର ସୁଷମା ପଶାୟତ ଉଦଘାଟନ କରିଥିଲେ। ସକାଳ ଆଠ ଟାରୁ ରକ୍ତଦାତା ଙ୍କ ନାମ ପଞ୍ଜିକୃତ କରାଯିବା ପରେ ରକ୍ତସଂଗ୍ରହ୍ କରାଯାଇଥିଲା। ଅପରାହ୍ନ ୩ଟା ପର୍ୟ୍ୟନ୍ତ ଏହି ରକ୍ତ ସଂଗ୍ରହ କରାଯାଇଥିଲା । “”ରକ୍ତଦାନ ମହାପୁଣ୍ୟ” ଏକଥା ର ମର୍ମ  ଜନସାଧାରଣ ବୁଝି ପାରିଛନ୍ତି,ତେଣୁ ରକ୍ତଦାନ ଶିବିର ରେ ଖୁସିରେ ପହଞ୍ଚିଯାଉଛନ୍ତି ରକ୍ତଦାନ କରିବା ପାଇଁ। ଅତାବିରା ଥାନା ଅଧିକାରୀ ଶ୍ରୀ ବେହେରା ଅଷ୍ଟମ ଥର ପାଇଁ ଏହି ଶିବିରରେ ରକ୍ତଦାନ କରିଥିବା ବେଳେ ସାଧାରଣ ଜନତାଙ୍କ ସମେତ ମୋଟ୍ ୭୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଭିମସାର ବୁର୍ଲା ରୁ ଡଃ ସୋମ୍ୟାଷ୍ରୀ ପ୍ରଧାନ,କାଉନସିଲର ମଣ୍ଟୁ ପ୍ରଧାନ, ଟେକ୍ନିସିଆନ ଦେବାଶିଷ ମିଶ୍ର,ଲବୋରୋଟାରି ଆଟେଣ୍ଡାଣ୍ଟ ଗଣେଶ ଚନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଭୋଇ ରକ୍ତ ସଂଗ୍ରହ କରିଥିଲେ। ଏଥିରେ କୋଶଳ ସେନା,ଭୀମ ଆର୍ମି,ସମାଜ ସେବୀ, ବଜରଙ୍ଗ ଦଳ ତଥା ବରଗଡ଼,ଭଟଲି ଓ ଗୋଡଭଗା ରୁ ରକ୍ତଦାତା ମାନେ ରକ୍ତଦାନ କରିଥିଲେ। ରକ୍ତଦାନ ପରେ ରକ୍ତଦାତା ମାନଙ୍କୁ ଥାନା ଅଧିକାରୀ ଙ୍କ ଉପସ୍ଥିତିରେ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ଗୋଡଭଗା ଫାଣ୍ଡି ଅଧିକାରୀ ଦିଲିପ୍ ବାଗ, ଇନ୍ସପେକ୍ଟର ଯାଦବ ବାଗ, ସବ ଇନ୍ସପେକ୍ଟର ରାମଚନ୍ଦ୍ର ଦାସ,ହାବିଲଦାର କନେଷ୍ଟବଳ ସଂଘର ସମସ୍ତ କର୍ମକର୍ତ୍ତା,ମହେନ୍ଦ୍ର ତାଣ୍ଡି ,ଉଭୟ ଥାନାର କର୍ମଚାରୀ,ସାମ୍ବାଦିକ ଆକାଶ ମିଶ୍ର, ଜନକରାମ ଦାଶ,ନରେନ୍ଦ୍ର ଦାଶ ଓ ଶିକ୍ଷକ ଅମୃତ ବାରିକ୍ ସକ୍ରିୟ ସହଯୋଗ କରିଥିଲେ । ପୁଲିସ ପକ୍ଷରୁ ପ୍ରଥମ ଥର ପାଇଁ ଏହି ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିବାରୁ ଅଞ୍ଚଳରେ ବେଶ୍ ପ୍ରଶଂସନୀୟ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories