www.samajalive.in
Monday, December 8, 2025
16.1 C
Bhubaneswar

ଶୀତ ଅଧିବେଶନରୁ ନିଲମ୍ବିତ ହୋଇପାରନ୍ତି ୨୦ ସାଂସଦ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି । ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ୨୬ଟି ବିଲ୍‍ ସଂସଦରେ ଆଗତ କରାଯିବା ଯୋଜନା ରହିଛି । ସେଥିମଧ୍ୟରେ କୃଷି ଆଇନ ଉଚ୍ଛେଦ ଆଇନ ଏବଂ କ୍ରିପ୍ଟୋକରେନ୍ସି ଏବଂ ସରକାରୀ ଡିଜିଟାଲ ମୁଦ୍ରା ନିୟନ୍ତ୍ରଣ ବିଲ୍‍ ଅନ୍ତର୍ଭୁକ୍ତ । ଏଥିସହିତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‍, ୨୦୧୯ ଉପରେ ଯୁଗ୍ମ ସଂସଦୀୟ କମିଟିର ଏକ ରିପୋର୍ଟକୁ ମଧ୍ୟ ଏହି ଅଧିବେଶନ କାଳରେ ସଂସଦର ଉଭୟ ଗୃହରେ ଉପସ୍ଥାପନ କରାଯିବ । ସୋମବାର ଦିନ ତିନି କୃଷିଆଇନ ଉଚ୍ଛେଦ କରିବାକୁ ଏକ ବିଲ୍‍ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଗତ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ବିରୋଧୀ ରାଜନୈତିକ ଦଳଗୁଡିକ କେବଳ ସେତିକିରେ ସନ୍ତୁଷ୍ଟ ନହୋଇ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସମ୍ପର୍କରେ ଆଇନ ପ୍ରଣୟନ ପାଇଁ ଦାବି ଉଠାଇବେ ବୋଲି କହିଛନ୍ତି । ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜ ନିଜ ଦଳର ସାଂସଦଙ୍କ ଉପରେ ହ୍ୱିପ ଜାରିକରି ଅଧିବେଶନର ପ୍ରଥମ ଦିନ ଉପସ୍ଥିତ ରହିବାକୁ କହିଛନ୍ତି । ଅନ୍ୟପକ୍ଷରେ ସଂସଦର ମୌସୁମୀ ଅଧିବେଶନ କାଳରେ ବ୍ୟାପକ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ୨୦ ଜଣ ସାଂସଦଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରିବାକୁ ସରକାର ଏକ ପ୍ରସ୍ତାବ ଆଗତ କରିବା ସମ୍ଭାବନା ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories