www.samajalive.in
Sunday, December 14, 2025
17.1 C
Bhubaneswar

ଅଜୟ ମିଶ୍ର ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ହେବା ଦରକାର: ସତ୍ୟପାଲ

ଶିଲଂ: ଲଖିମପୁର ଖେରି ଘଟଣା ପରେ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯିବାର ଥିଲା ବୋଲି ମତ ଦେଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିୟମିତ ସମାଲୋଚନା କରି ଚର୍ଚ୍ଚାରେ ରହିଥିବା ସତ୍ୟପାଲ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ସରକାର ଏହି ମାମଲାରେ ଯେମିତି ଜିଦ୍‌ ଦେଖାଇଲେ ତାହା ନକାରାତ୍ମକ ପ୍ରଭାବ ପକାଇଛି। ଏହାର ପ୍ରଭାବ ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନରେ ପ୍ରତିଫଳନ ହେବ। ଅଜୟ ମିଶ୍ର ପୂର୍ବରୁ ‘କୃଷକ ଆନ୍ଦୋଳନକୁ ଦୁଇ ମିନିଟ୍‌ରେ ଶେଷ କରିଦେବେ’ ବୋଲି କହିଥିଲେ। ଏ ସଂକ୍ରାନ୍ତ ପ୍ରଚାରକୁ ସେ ମିଛ ବୋଲି ଦିନେ ହେଲେ କହି ନାହାନ୍ତି; ତେଣୁ ଅକ୍ଟୋବର ୩ ଲଖିମପୁର ଖେରି ଘଟଣାରେ ତାଙ୍କର ସମ୍ପୃକ୍ତି ସ୍ପଷ୍ଟ ରହିଛି।

କୃଷି ଆଇନ ପ୍ରତ୍ୟାହାରର ପ୍ରଭାବ ଆଗାମୀ ନିର୍ବାଚନ ଉପରେ କିପରି ପଡ଼ିବ ବୋଲି ପଚରାଯିବାରେ ସତ୍ୟପାଲ କହିଛନ୍ତି ଯେ ଏହା ଏକ ଭଲ ପଦକ୍ଷେପ। କୃଷି ଆଇନ ଦ୍ବାରା କୌଣସି ସଂସ୍କାର ଆସିବାର ନ ଥିଲା। ଏହା ଆଦୌ କୃଷକଙ୍କ ପାଇଁ ହିତକର ନ ଥିଲା। ଏହା ମାଧ୍ୟମରେ ସେମାନଙ୍କ ଜମି ହଡ଼ପ କରିବା ଷଡ଼ଯନ୍ତ୍ର ହୋଇଥିଲା। ଏହି ଆଇନ ପ୍ରତ୍ୟାହାର ଦ୍ବାରା କିଛିଟା ଭଲ ପ୍ରଭାବ ପଡ଼ିବା ଆଶା ରହିଛି। ସୂଚନାଯୋଗ୍ୟ ଯେ ସତ୍ୟପାଲଙ୍କୁ ତାଙ୍କ ସ୍ପଷ୍ଟବାଦିତା ଓ କର୍ତ୍ତବ୍ୟନିଷ୍ଠା ଯୋଗୁଁ ୪ ବର୍ଷରେ ୪ ଥର ବଦଳି କରାଯାଇଛି। ପାଟନାରୁ ଶ୍ରୀନଗର ପରେ ପାଣାଜୀ ଓ ଶିଲଂ ରାଜଭବନକୁ ପଠାଯାଇଛି। ଏଥିମଧ୍ୟରେ ସେ ଓଡ଼ିଶାର ଅତିରିକ୍ତ ଦାୟିତ୍ବ ମଧ୍ୟ କିଛି କାଳ ବହନ କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories