www.samajalive.in
Wednesday, December 10, 2025
16.1 C
Bhubaneswar

ସାଉଦୀ ମହାରାଜାଙ୍କ ମୂଲ୍ୟବାନ ଗହଣା ଚୋରି

ପ୍ୟାରିସ୍‍: ସାଉଦୀ ଆରବର ମହାରାଜାଙ୍କ ମୂଲ୍ୟବାନ ଗହଣା ରିଜ୍‍ ହୋଟେଲ୍‍ରୁ ଚୋରି ହୋଇଯାଇଛି। ଚୋରି ଗହଣାର ମୂଲ୍ୟ ପ୍ରାୟ ୯,୩୦,୦୦୦ ଡଲାର ହେବ ବୋଲି ଆକଳନ କରାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଛି। ମହାରାଜା ରହୁଥିବା ହୋଟେଲ୍‍ ରୁମ୍‍ରୁ ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ସେଠାରେ ଚୋରର କୌଣସି ଚିହ୍ନବର୍ଣ୍ଣ ନାହିଁ। ଉକ୍ତ ହୋଟେଲ୍‍ରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଘଟିଛି। ଗତ ଜାନୁଆରୀ ମାସରେ ହୋଇଥିବା ଚୋରି ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିଲା। ୨୦୧୬ରେ ମଧ୍ୟ ପ୍ରଖ୍ୟାତ ହଲିଉଡ୍‍ ଅଭିନେତ୍ରୀ କିମ୍‍ କାଡ୍ରାସିଆନ୍‍ଙ୍କଠାରୁ ଉକ୍ତ ହୋଟେଲର କିଛି ଦୂରରେ ଦୁର୍ବୃତ୍ତମାନେ ଲୁଟ୍‍ କରିଥିଲେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories