ଇସଲାମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ କେ ଆବାସୀଙ୍କ ନାମରେ ଲାହୋର ହାଇକୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ‘ଡନ୍’ ପତ୍ରିକାକୁ ଏକ ସାକ୍ଷାତକାର ଦେଇଥିଲେ। ସେ ସମ୍ପର୍କରେ ଆଲୋଚନା ପାଇଁ ଜାତୀୟ ସୁରକ୍ଷା ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆବାସୀ ଅଧ୍ୟକ୍ଷତା କରିଥିବା ବେଳେ ସେଠାରେ କଣ ଆଲୋଚନା ହେଲା ତାହା ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଏହାର ପ୍ରତିବଦାରେ ଜଣେ ନାଗରିକ ଲାହୋର ହାଇକୋର୍ଟରେ ମାମଲା ଦାୟର କରିଥିଲେ।
Popular Categories



