www.samajalive.in
Sunday, December 7, 2025
23.1 C
Bhubaneswar

ଚାଞ୍ଚଲ୍ୟକର ଅଭିଯୋଗ-ମୁମ୍ବଇ ଆକ୍ରମଣର ଆତଙ୍କି ଆଜମଲ କସବର ମୋବାଇଲ ଫୋନ ନଷ୍ଟ କରିଦେଇଥିଲେ ପରମ ବୀର

ମୁମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବଇରେ ହୋଇଥିବା ଆତଙ୍କି ଆକ୍ରମଣର ଅନ୍ୟତମ ଦୋଷୀ ମହମ୍ମଦ ଆଜମଲ କସବଠାରୁ ଜବତ କରାଯାଇଥିବା ମୋବାଇଲ ଫୋନକୁ ନଷ୍ଟ କରିଦେଇଥିବା ନେଇ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୁମ୍ବଇର ଜଣେ ଅବସରପ୍ରାପ୍ତ ସହକାରୀ ପୁଲିସ ଆୟୁକ୍ତ । ଗତ ଜୁଲାଇ ମାସରେ ଶମଶେର ସିଂହ ପଠାନ ନାମକ ଏହି ବ୍ୟକ୍ତି ବର୍ତ୍ତମାନର ମୁମ୍ବଇ ପୁଲିସ ଆୟୁକ୍ତଙ୍କ ନିକଟକୁ ପତ୍ର ଲେଖି ଏହି ଘଟଣାର ସମ୍ପର୍କରେ ତଦନ୍ତ କରିବା ଏବଂ ପରମ ବୀରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।
ଚାରିମାସ ତଳେ ପଠାନଙ୍କ ଅଭିଯୋଗ ଦାଖଲ ହୋଇଥିବାବେଳେ ଗତ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରିତ ହୋଇଥିଲା । କାରଣ ଉକ୍ତ ଦିନ ପରମ ବୀର ମୁମ୍ବଇ ପୁଲିସର ଅପରାଧ ତଦନ୍ତକାରୀ ଶାଖା ନିକଟରେ ହାଜର ହୋଇଥିଲେ । ବଳପୂର୍ବକ ଅର୍ଥ ଆଦାୟ ମାମଲାରେ ତାଙ୍କ ବିରୁଦ୍ଧରେ ଗୋରେଗାଓଁ ଥାନାରେ ମାମଲା ରୁଜ୍ଜୁ କରାଯାଇଛି । ଏହି ଘଟଣା ପରେ ତାଙ୍କୁ ମୁମ୍ବଇ ପୁଲିସ ଆୟୁକ୍ତ ପଦରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ହଟାଯାଇଥିଲା । ତାଙ୍କ ସ୍ଥାନରେ ହେମନ୍ତ ନାଗ୍ରାଲେ ସଂପ୍ରତି ମୁମ୍ବଇ ପୁଲିସ ଆୟୁକ୍ତ ଭାବରେ ଅବସ୍ଥାପିତ ହୋଇଛନ୍ତି ।
ପଠାନଙ୍କ ଅଭିଯୋଗ ଅନୁଯାୟୀ ଡି ବି ମାର୍ଗ ଥାନାର ତତ୍କାଳୀନ ବରିଷ୍ଠ ପୁଲିସ ନିରୀକ୍ଷକ ଏନ ଆର ମାଲି ତାଙ୍କୁ କହିଥିଲେ ଯେ କସବକୁ ସେମାନେ ଗିରଗାମ୍‍ ଚୌପାଟିରୁ ଗିରଫ କରିବା ସମୟରେ ତା’ ନିକଟରୁ ଏକ ମୋବାଇଲ ଫୋନ ଜବତ କରାଯାଇଥିଲା ଏବଂ ସେ ଉକ୍ତ ଫୋନ କନେଷ୍ଟବଳ କାମ୍ବଲିଙ୍କୁ ହସ୍ତାନ୍ତର କରିଥିଲେ । ତେବେ ସେହି ସମୟରେ ଆତଙ୍କବାଦ ନିରୋଧୀ ଶାଖାର ଡିଆଇଜି ଥିବା ପରମ ବୀର ସିଂହ କନେଷ୍ଟବଳଙ୍କ ଠାରୁ ଉକ୍ତ ମୋବାଇଲ ଫୋନ ନେଇଯାଇଥିଲେ । ସେ କହିଛନ୍ତି, କସବ ଫୋନରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଥିଲା ଏବଂ ପାକିସ୍ତାନରେ ଥିବା ତାହାର ନିୟନ୍ତ୍ରଣକର୍ତ୍ତାଙ୍କ ନିକଟରୁ ବିଭିନ୍ନ ସମୟରେ ଯେଉଁ ଆଦେଶ ପାଉଥିଲା, ସେ ସମ୍ପର୍କରେ ଅନେକ କିଛି ଜଣାପଡିଥାନ୍ତା । କିନ୍ତୁ ଫୋନ ସମ୍ପର୍କରେ ତଦନ୍ତରୁ ଭାରତର କିଛି ବିଶିଷ୍ଟ ଲୋକଙ୍କର ଏହି ଆକ୍ରମଣ ସହିତ ସଂପୃକ୍ତି ବିଷୟରେ ହୁଏତ ଜଣାପଡିଥାନ୍ତା । କିନ୍ତୁ ଉକ୍ତ ଫୋନକୁ ନଷ୍ଟ କରିଦିଆଯାଇଥିଲା । ପଠାନ ଏହା ମଧ୍ୟ କହିଛନ୍ତି ଯେ ତତ୍କାଳୀନ ଅତିରିକ୍ତ ପୁଲିସ ଆୟୁକ୍ତ ଡି ଭେଙ୍କଟେଶମ୍‍ ମାଲିଙ୍କୁ ଫୋନ ଫେରାଇବାକୁ କହିଥିଲେ । ମାଲି ଯେତେବେଳେ ପରମ ବୀରଙ୍କୁ ଫୋନ ମାଗିଲେ ସେତେବେଳେ ପରମ ବୀର କ୍ରୋଧାନ୍ୱିତ ହୋଇ ମାଲିଙ୍କୁ ତାଙ୍କ ଅଫିସ ଛାଡି ଚାଲିଯିବାକୁ କହିଥିଲେ । ମାଲି ମଧ୍ୟ ଅବସର ନେଇସାରିଛନ୍ତି । ଏବେ ସେ ଉକ୍ତ ଘଟଣା ସମ୍ପର୍କରେ ସବୁକିଛି କହିବାର ସାହସ ରଖୁଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories