www.samajalive.in
Monday, December 15, 2025
16.1 C
Bhubaneswar

ବରିଷ୍ଠ ନାଗରିକ ସେବା ମଂଚ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳିତ

ସାରନଗରୀ: ଦକ୍ଷିଣ ରାଉରକେଲାସ୍ଥିତ ନବକୃଷ୍ଣନଗରର ବରିଷ୍ଠ ନାଗରିକ ସେବା ମଂଚ ପକ୍ଷରୁୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପୁରୁଣା ରାଉରକେଲା ଶିକ୍ଷା ସମିତି ପରିସରରେ ପାଳନ କରାଯାଇଥିଲା। ସଭାରେ ସଂଗଠନର ସାଧାରଣ ସମ୍ପାଦକ ଯଦୁମଣୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ସଂଗଠନର ମୁଖ୍ୟ ବିଶ୍ୱନାଥ ଦାଶଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲ। ସଂଘର ସଭାପତି ବୃଷକେତୁ ସ୍ୱାଇଁ ସଂଘ ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସଂଯୋଜକ ତଥା ସମାଜସେବୀ ସୁମନ ଦତ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସହ କଟାଇଥିବା ମୁହୁର୍ତମାନ ବର୍ଣ୍ଣନା କରିବା ସହ ସମସ୍ତ ବରିଷ୍ଠ ନାଗରିକମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଡ଼ାକ୍ତର ଫକୀର ଚରଣ ହୋତା ନବକୃଷ୍ଣନଗରର ପ୍ରତିଷ୍ଠା ବିଷୟରେ ବିଷଦ ଆଲୋଚନା କରିବା ସହ ବରିଷ୍ଠ ନାଗରିକମାନେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଉପଦେଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରଫେସର ଗରିଜା ଭୂଷଣ ଗୋସ୍ୱାମୀ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଆଇନ, ସହାୟତା ବିଷୟରେ ବିଷଦ ଆଲୋଚନା କରିଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ବରିଷ୍ଠ ନାଗରିକମାନେ କାହା ଉପରେ ନିର୍ଭର ନହୋଇ ନିଜ ନିଜ ଭିତରେ ଆଲୋଚନା କରି ଆସୁଥିବା ସମସ୍ୟାମାନଙ୍କୁ ସମାଧାନ କରିବାକୁ ଉପଦେଶ ଦେଇଥିଲେ। ସମାଜିକ କର୍ମୀ ନୃସିଂହ ଚରଣ ଦାଶ ସମସ୍ତେ ଏକଜୁଟ ହୋଇ ଆଗକୁ ବଢିବା ସହିତ ବରିଷ୍ଠ ନାଗରିକ ସଂଘ ପାଇଁ ଏକ ଘର ତିଆରି କରିଦେବେ ବୋଲି ଘୋଷଣା କରିଥିଲେ।

- Advertisement -

କାର୍ଯ୍ୟକ୍ରମ ଶେଷରେ ସହ ସମ୍ପାଦକ ମୁରଲୀଧର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଜଂଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ କୁମାର ସା, ଭଗବାନ ଜେନା, ଜଳଧର ମଲ୍ଲ, ବରେନ୍ଦ୍ର ସିଂ, କୌଳାସ ମଲ୍ଲିକ, ବସନ୍ତ ଦାସ, ନୀଳମଣି ସାମଲ, ଉମେଶ ଚନ୍ଦ୍ର ତ୍ରିପାଠୀ, ସନାତନ ନାୟକ, ସନ୍ତୋଷ ମର୍ଦ୍ଦରାଜ, ଗଣେଷ ଖମାରି, ସୁବୋଧ ସାହୁ, ରାମକୃଷ୍ଣ ଗୌଡ଼, ଭରତ କୁମାର ନାୟକ, ପୀତବାସ ମଲ୍ଲିକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories