ନୂଆଦିଲ୍ଲୀ : ଭିଜିଲାନ୍ସ କମିସନର ଭାବେ ୧୯୭୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସରଦ କୁମାରଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଆବେଦନକାରୀ ତଥା ପୂର୍ବତନ ନୌସେନା ଅଧିକାରୀ ଏଲ୍. ରାମଦାସ ତଥା ଅନ୍ୟମାନେ କୁମାରଙ୍କ ନିଯୁକ୍ତି ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇନାହାନ୍ତି। ଏହି ନିଯୁକ୍ତି ଦ୍ୱାରା ପ୍ରଭାବିତ ପ୍ରାର୍ଥୀଙ୍କ ପକ୍ଷରୁ ସେମାନେ ଆବେଦନ କରିପାରିବେ ନାହିଁ ବୋଲି ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ରାୟ ଦେଇଛନ୍ତି। ୨୦୧୮ ଜାନୁଆରୀ ୧ ସୁଦ୍ଧା ୬୨ ବର୍ଷରୁ କମ୍ ବୟସ୍କ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତ ପ୍ରକାଶ ପାଇଥିଲା। କୁମାରଙ୍କ ବୟସ ୬୨ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ବିଜ୍ଞାପନର ସର୍ତ୍ତାବଳୀ ସକାଶେ ବହୁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରି ନ ଥିବା ରାମଦାସ ଆବେଦନରେ ଦର୍ଶାଇଥିଲେ।
Popular Categories



